ବିଚାର

ଶ୍ରୀକୃଷ୍ଣ କହିଛନ୍ତି ଶବ ଯାତ୍ରା ରେ ଯିବା ସମୟ ରେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ |

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି ସଂସାର ରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବର ମୃତ୍ୟୁ ନିଶ୍ଚିନ୍ତ ଅଟେ | ମୃତ୍ୟୁ ଏମିତି ଏକ ସତ୍ୟ ଯାହାର ସାମ୍ନା ସମସ୍ତେ କରନ୍ତି, କେହି ବି ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିପାରି ନାହିଁ | କିନ୍ତୁ ଯେଉ ମନୁଷ୍ୟ ଜନ୍ମ ପ୍ରାପ୍ତ କରି ଧର୍ମ କାର୍ଯ୍ୟ କରିଥାଏ ତାହାର ମୋକ୍ଷ ନିଶ୍ଚିନ୍ତ ହୋଇଥାଏ | ତାକୁ ଫୁଣି ଥରେ ଏହି ମୋହ ମାୟା ସଂସାର କୁ ଆସିବାକୁ ପଡ଼େନାହିଁ |

ଯେଉ ମଣିଷ ଏହି ମୋହ ରେ ପଡ଼ିଯାଏ ସିଏ ବାରବାର ଏହି ମୃତ୍ୟୁ ଲୋକ କୁ ଆସିଥାଏ | ମନୁଷ୍ୟ ଜନ୍ମ ହେବା ସମୟ ରେ ଷୋହଳ ସଂସ୍କାର କରାଯାଇଥାଏ ଏବଂ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଏ | ଯେଉ ବ୍ୟକ୍ତି ର ଅନ୍ତିମ ସଂସ୍କାର ଶାସ୍ତ୍ର ଅନୁଯାୟୀ କରାଯାଏ ନାହିଁ ତାକୁ କେବେ ବି ମୁକ୍ତି ମିଳେ ନାହିଁ |

ଯାହା ଦ୍ୱାରା ସେ ଆତ୍ମା ରୂପରେ ଏହି ସଂସାର ରେ ବୁଲିଥାଏ, ଗରୁଡ଼ ପୁରାଣ ରେ ଅନ୍ତିମ ସଂସ୍କାର ବିଷୟରେ ସମସ୍ତ ତଥ୍ୟ ଦିଆଯାଇଛି | ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ଙ୍କୁ ମୃତ୍ୟୁ ବ୍ୟକ୍ତିର ଅନ୍ତିମ ସଂସ୍କାର ସମୟ ର ସମସ୍ତ କାର୍ଯ୍ୟ ବିଷୟ ରେ କହିଛନ୍ତି | ଆଜି ଆମେ ଜାଣିବା ମନୁଷ୍ୟ କୁ କୌଣସି ମୃତକଙ୍କ ଶବ ଯାତ୍ରା ସମୟ ରେ କେଉଁ କଥା ପ୍ରତି ଯତ୍ନବାନ ହେବା ଜରୁରୀ ହୋଇଥାଏ | ତେବେ ଆସନ୍ତୁ ଜାଣିବା ଶବଯାତ୍ରା ସମୟ ରେ କେଉଁ ଭୁଲ କରିବା ନାହିଁ | ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଶାସ୍ତ୍ର ଅନୁଯାୟୀ ହୋଇଥାଏ, ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

1.ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଶବଯାତ୍ରା କରିବା ପୂର୍ବରୁ ମୃତକ ଙ୍କ ହାତ ଏବଂ ଗୋଡ କୋକେଇ ରେ ଭଲ ରେ ବାନ୍ଧିବା ଉଚ୍ଚିତ ନହେଲେ ସେ ପିଚାସଙ୍କ ଜଗତ କୁ ଚାଲିଯାନ୍ତି | ଶବ କୁ କେବେ ବି ଏକୁଟିଆ ରଖନ୍ତୁ ନାହିଁ ନଚେତ ସେ ଦୁଷ୍ଟ ଆତ୍ମ ଙ୍କ ସଂସ୍ପର୍ଶ ରେ ଆସି ନିଜ ଆତ୍ମା ର ଦୁର୍ଗତି କରିଥାଆନ୍ତି | ଦୁଷ୍ଟ ଆତ୍ମା ସେହି ଆତ୍ମା କୁ ମୃତ୍ୟୁ ଲୋକ ରେ ହିଁ ରଖିଦେଇଥାନ୍ତି ତାଙ୍କୁ କେବେ ମୋକ୍ଷ ମିଳିନଥାଏ |

2.ଶ୍ରୀକୃଷ୍ଣ କହିଛନ୍ତି ଯଦି ଗାଁ ରେ କାହାର ମୁତ୍ୟୁ ହୋଇଯାଇଛି ତେବେ ଏହି ସମୟ ରେ ନିଜ ଇଛା ଅନୁସାରେ ଭୋଜନ କରନ୍ତୁ ନାହିଁ | କିମ୍ବା ଭୋଜନ ତିଆରି କରି ଖାଆନ୍ତୁ ନାହିଁ ଏମିତି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ | ଏବଂ ଘରର ଆଖ ପାଖ ରେ କାହାର ମୃତ୍ୟୁ ହୋଇଥିଲେ ଶବ ସତ୍କାର ନହେବା ଯାଏଁ ସହାବାସ କରନ୍ତୁ ନାହିଁ |

3.ଯଦି କୌଣସି ମଣିଷ ବ୍ରହ୍ମଚାରୀ ବ୍ରତ ରଖିଛନ୍ତି ତେବେ କାହାର ଶବ କୁ ବି କାନ୍ଧ ଦିଅନ୍ତୁ ନାହିଁ, ଏହା ଦ୍ୱାରା ବ୍ରତ ଖଣ୍ଡିତ ହୋଇଥାଏ | ଏହିପରି ବ୍ୟକ୍ତି କେବଳ ବାପା ମା ଙ୍କ ଶବକୁ କାନ୍ଧ ଦେବା ଉଚିତ ହୋଇଥାଏ | ଶବ କାନ୍ଧେଇବା ସମୟ ରେ ନିଜ ଇନ୍ଦ୍ରିୟ କୁ ନିଜ ଆୟତ ରେ ରଖିବା ଉଚ୍ଚିତ,ଶବ ବିଷୟ ରେ ଖରାପ କହିବା କିମ୍ବା ଭାବିବା ଅଶୁଭ ହୋଇଥାଏ |

4.ମୃତ ଆତ୍ମା କୁ ଅନ୍ତିମ ସତ୍କାର ସମୟ ରେ ଡାକନ୍ତୁ ନାହିଁ,କାରଣ ମୃତ୍ୟୁ ପରେ ସେହି ମନୁଷ୍ୟ ଈଶ୍ୱର ଙ୍କ ପାଖକୁ ଚାଲିଯାନ୍ତି | ତେଣୁ ଯଦି କେହି ଏହିପରି କରନ୍ତି ତେବେ ସେ ଏଇଠି ଆତ୍ମା ହୋଇ ରହିଯାନ୍ତି ଏବଂ ପ୍ରେତ ଆତ୍ମା ନିଜ ଲୋକାଙ୍କୁ ବହୁତ କଷ୍ଟ ଦେଇଥାନ୍ତି | ସେଥିପାଇଁ କେବେ ବି ମୃତକ ଙ୍କୁ ଡାକନ୍ତୁ ନାହିଁ |

5.ମସାଣି ରୁ ଫେରିବା ସମୟ ରେ ପଛକୁ ବୁଲି ଦେଖନ୍ତୁ ନାହିଁ, ଆସିବ ସମୟ ରେ କୌଣସି ନଦୀ କିମ୍ବା ଜଳାଶୟ ରେ ସ୍ନାନ କରନ୍ତୁ | ସ୍ନାନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ କାରଣ ନକାରାତ୍ମକ ଉର୍ଜା ମସାଣି ରେ ରହିଥାନ୍ତି ତେଣୁ ଘରକୁ ଆସିବା ସମୟ ରେ ସେହି ବସ୍ତ୍ର ମଧ୍ୟ ଫିଙ୍ଗିଦିଅନ୍ତୁ ଯାହାକୁ ଶବ କୁ ମସାଣି ଯାଏଁ ନେଇଥିଲେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button