ଦେଶ ବିଦେଶ

ରେସ୍ତୋରାଁରେ ମାଛ ଖାଇ ଜଣେ ମହିଳା ମୃତ; ୧୨ଜଣ ଅସୁସ୍ଥ – Utkal Mail


ବର୍ଡଅ(ଫ୍ରାନ୍‌ସ୍): ଗତସପ୍ତାହରେ ଏକ ରେସ୍ତୋରାଁରେ ‘ସାର୍ଡାଇନ୍‌’ ମାଛ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୨ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା କଥା ବୁଧବାର ଦିନ ସ୍ବାସ୍ଥ୍ୟ ଅଧିକାରମାନେ କହିଛନ୍ତି।

ଏହି ମାଛ ଖାଇବା ଯୋଗୁଁ ସେମାନଙ୍କ ଶରୀରରେ ‘ବଟୁଲିଜିମ୍’ ବା ସ୍ନାୟୁବିକ ବିଷକ୍ରିୟା ଘଟିଛି। ଉପଯୁକ୍ତ ପଦ୍ଧତି ସଂରକ୍ଷିତ ନ ହୋଇଥିବା ଖାଦ୍ୟ ଖାଇବାଦ୍ବାରା ଏଭଳି ବିରଳ ରୋଗ ହୋଇଥାଏ ବୋଲି ସେମାନେ କହିଛନ୍ତି।

ମଙ୍ଗଳବାର ରାତିରେ ‘ଡିଜିଏସ୍‌’ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଦକ୍ଷିଣପଶ୍ଚିମ ଫ୍ରାନ୍‌ସ୍‌ ଅନ୍ତର୍ଗତ ବର୍ଡଅରେ ଥିବା ‘ସିନ୍‌ ସିନ୍‌ ୱାଇନ୍‌ ବାର୍‌’ ରେସ୍ତୋରାଁର ମାଲିକ ଗୋଟାଏ ‘ଜାର୍‌’ରେ ଏହି ‘ସାର୍ଡାଇନ୍‌’ ମାଛ ସଂରକ୍ଷଣ କରି ରଖିଥିଲେ।

Image Courtesy of Gulf News

ଉକ୍ତ ୩୨ ବର୍ଷୀୟ ମୃତ ମହିଳା କେଉଁ ଦେଶର ବୋଲି ଜଣାପଡ଼ି ନ ଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ବର୍ଡଅରେ ଥିବା ପିଲିଗ୍ରିନ୍‌ ହସ୍ପିଟାଲ୍‌ର ଡାକ୍ତର ବେଞ୍ଜାମିନ୍‌ କ୍ଲାଉଜିଉ କହିଛନ୍ତି, ମଙ୍ଗଳବାର ରାତିରୁ ଆଉ ୧୨ଜଣ ଲୋକ ମଧ୍ୟ ଜରୁରୀ ଚିକିତ୍ସା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ କୃତ୍ରିମ ଶ୍ବାସକ୍ରିୟା ସହାୟତାରେ ରଖାଯାଇଛି। ସେମାନେ ହେଉଛନ୍ତି, ଆମେରିକା, ଆଇରିସ୍‌ ଓ କାନାଡାର ନାଗରିକ।

Image Courtesy of Raw Story

ସ୍ଥାନୀୟ ସମ୍ବାଦପତ୍ର ‘ସୁଡ୍‌-କ୍ବେଷ୍ଟ୍‌’ ରିପ‌ୋର୍ଟ ଅନୁସାରେ, ରେସ୍ତୋରାଁ ମାଲିକ କହିଛନ୍ତି ଯେ, ଖୋଲିବା ପରେ ଦୁର୍ଗନ୍ଧ ହେବାରୁ ‘ସାର୍ଡାଇନ୍‌’ ମାଛ ଥିବା ଆଉ କେତୋଟି ଜାର୍‌ ସେ ଫିଙ୍ଗି ଦେଇଥିଲେ। କିନ୍ତୁ, ବାକି ଜାର୍‌ଗୁଡ଼ିକରେ ଥିବା ମାଛ ଭଲ ଥିବା ପରି ଜଣାଯିବାରୁ ଗ୍ରାହକମାନଙ୍କୁ ଖାଇବାକୁ ଦିଆଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button