ସ୍ୱାସ୍ଥ୍ୟ

ଚମତ୍କାରୀ ଫୁଲ ମୂଳରୁ ଶେଷ କରିଦିଏ ଏହିସବୁ ଭୟଙ୍କର ରୋଗ, ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆଜିକାଲି ବଜାରରେ ଅନେକ ପ୍ରକାରର ଔଷଧ ସବୁ ମିଳୁଛି । କିନ୍ତୁ ପ୍ରକୃତି ନିଜେ ଔଷଧର ଗନ୍ଥାଘର ଯାହା ଆମ ଚାରିପାଖେ ଥିଲେ ମଧ୍ୟ ଆମେ ଜ୍ଞାନ ଅଭାବରୁ ଜାଣିପାରି ନଥାଉ । ଟିକେ ରୋଗ ହେଲେ ଆମେ କେମିକାଲ ଯୁକ୍ତ ଔଷଧ ସେବନ କରିଥାଉ ଯାହା ଆମ ଶରୀର ଉପରେ ପରେ ଖରାପ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ପ୍ରକୃତିର ଏଭଳି ଏକ ଔଷଧ ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣ ନିଜ ଶରୀରର ଅନେକ ପ୍ରକାରର ରୋଗକୁ ଭଲ କରିପାରିବେ ।

ସଦାବିହାରୀ ଫୁଲ ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ ଦେଖିବାକୁ ମିଳେ । ଏହା ଦେଖିବାକୁ  ବହୁତ ସୁନ୍ଦର ହେବା ସହ ବର୍ଷସାରା ଫୁଟିଥାଏ । କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ଆୟୁର୍ବେଦରେ ସଦାବିହାରୀ ଫୁଲ ଗଛକୁ ଏକ ଔଷଧ ରୂପେ ମାନ୍ୟ କରାଯାଏ । ଏହା ଏପରି ଏକ ଔଷଧ ଯାହା ଆପଣଙ୍କ କେଶକୁ ଝଡିବାରୁ ରୋକିଥାଏ । ଏହି ଗଛ ଆପଣଙ୍କର ଡାଇବେଟିସକୁ ମଧ୍ୟ ଭଲ କରିଥାଏ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଠାରୁ ମଧ୍ୟ ରକ୍ଷା କରିଥାଏ ।

ଆପଣ ପ୍ରତିଦିନ ସକାଳୁ ଉଠି ସଦାବିହାରୀ ଗଛର ଦୁଇରୁ ତିନୋଟି ପତ୍ରକୁ ନେଇ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏହାକୁ ଖାଲି ପେଟରେ ନିଶ୍ଚିତ ଭାବେ ଖାଆନ୍ତୁ । ଯଦି ଆପଣଙ୍କ କେଶ ବହୁତ ମାତ୍ରାରେ ଝଡୁଛି ତେବେ ଆପଣ କିଛି ସଦାବିହାରୀ ପତ୍ର ନିଅନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହାପରେ ଏହାକୁ ଭଲ ଭାବେ ବାଟି ଦିଅନ୍ତୁ ବା ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଏହାପରେ ଏକ କପଡା ସାହାଯ୍ୟରେ ଏହାକୁ ଛାଣି ସେଥିରୁ ରସ ବାହାର କରି ଦିଅନ୍ତୁ ଓ ଖଦଡା ଅଂଶକୁ ଅଲଗା କରି ଦିଅନ୍ତୁ ।

ସପ୍ତାହକୁ ଦୁଇ ଥର ଆପଣ ଏହି ସଦାବିହାରୀ ଗଛର ରସକୁ ନିଜ କେଶରେ ଭଲ ଭାବେ ମାଲିସ କରନ୍ତୁ ଓ କିଛି ଘଣ୍ଟା ପରେ କୌଣସି ଆୟୁର୍ବେଦିକ ଶାମ୍ପୁରେ ନିଜ କେଶକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ବନ୍ଦ ହେବା ସହ କେଶ ଜନିତ ଅନ୍ୟ ସମସ୍ତ ମଧ୍ୟ କିଛି ଦିନ ମଧ୍ୟରେ ଭଲ ହୋଇଯିବ । ଏହାସହ ପ୍ରତିଦିନ ସକାଳୁ ସଦାବିହାରୀ ଗଛର ପତ୍ରକୁ ଖାଲି ପେଟରେ ସେବନ କରନ୍ତୁ ।

ଏହି ପତ୍ର ନୀତିଦିନ ସେବନ କରିବା ଆପଣ ଥଣ୍ଡା ଜ୍ଵର କଫ ଆଦି ରୋଗରୁ ବଞ୍ଚିତ ରହିବା ସହ କ୍ୟାନ୍ସର ଭଳି ରୋଗରୁ ମଧ୍ୟ ନିଜକୁ ଦୂରେଇ ରଖିପାରିବେ । ଏହା ବ୍ଯତୀତ ଆପଣଙ୍କ ତ୍ଵଚା ପାଇଁ ମଧ୍ୟ ଏହି ସଦାବିହାରୀ ଗଛ ବେଶ ଉପଯୋଗୀ । ଏହା ଆପଣଙ୍କ ବ୍ରଣକୁ ଭଲ କରିବା ସହ ତ୍ଵଚାରେ ଚମକ ମଧ୍ୟ ଆଣିଥାଏ । ଆପଣ ଏହାକୁ ବ୍ୟବହାର କରିଲେ ଏହାର ଉପକାରିତା ସମ୍ବନ୍ଧରେ ଅବଗତ ହୋଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button