କ୍ରାଇମ

ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି – Utkal Mail


ଭୁବନେଶ୍ବର: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ତାଙ୍କର ଘର, ଦାମୀ ଗାଡ଼ି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ରହିଛି। ଜ୍ୟୋତିରଞ୍ଜନ ବେଉରା ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଚେକ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ ରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା। ଏହାପରେ ଇଡି ୨୦୨୦ ରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ସେ ଠକେଇ ଟଙ୍କାରେ ଅଡ଼ି, ଜାଗୁଆର ଓ ବିଏମଡବ୍ଲୁ ଚଢୁଥିଲେ। କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡ଼ି ସିଜ କରିଥିଲା ଇଡି।


ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବା ବଡ଼ବିଲ୍ରେ ଥିବା ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ଚୁକ୍ତି କରିଥିବାବେଳେ ସଂପୃକ୍ତ ସଂସ୍ଥା ମୁଖ୍ୟ ୧୧ଟି ସିକ୍ୟୁରିଟି ଚେକ୍ ଆବେଦନକାରୀଙ୍କୁ ଦେଇଥିଲେ। ଟଙ୍କା ଉଠାଣ ସମୟ ଅବଧି ୨୦୨୦ ଏପ୍ରିଲ୍ରୁ ୨୦୩୦ ଏପ୍ରିଲ୍ ଯାଏ ରହିଥିଲା। ମାତ୍ର ଆବେଦନକାରୀ ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍ ଜାଲିଆତି କରି ଦିଲ୍ଲୀସ୍ଥିତି ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ୨୦୧୮, ଡିସେମ୍ବର ୩୧ ରେ ପୁଲିସ ତାକୁ ଗିରଫ କରିଥିଲା। ପରେ ଅବଶ୍ୟ ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button