ଓଡିଶା
ଆଉ ଦିନେ ବଢ଼ିଲା ବାଲିଯାତ୍ରା, ଗୁରୁବାର ପର୍ଯ୍ୟନ୍ତ ଚାଲିବ
କଟକ: ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦିନେ ବଢ଼ାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୋଟିଏ ଦିନ ପାଇଁ ବଢିଛି ବାଲିଯାତ୍ରା । ଯାହା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ଏନେଇ ସିଏମ୍ସି ମେୟର ସୁବାସ ସିଂହଙ୍କ ସୂଚନା ଦେଇଛନ୍ତି । ସୋମବାର ସିଏମ୍ସିର ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢ଼ିବା ନେଇ ଆଶା ସଂଚାର ହୋଇଥିଲା । ହେଲେ ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ ।
ସୂଚନା ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ । ୨ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଏବଂ ଏଥର ବାଲିଯାତ୍ରାର ନବକଳେବର କରାଯାଇଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି ।


