ମନୋରଞ୍ଜନ

ମହାଠକ ସୁକେଶ ଜେଲରେ ନବରାତ୍ରି ଉପବାସ କରୁଥିବା ବେଳେ କେଦାରନାଥରେ ପୂଜାର୍ଚ୍ଚନା କଲେ ଜ୍ୟାକଲିନ୍ – Utkal Mail


ମୁମ୍ବାଇ: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପୂଜାର୍ଚ୍ଚନା କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ସିଂହଳୀ ସୁନ୍ଦରୀ ଜ୍ୟାକଲିନ୍ ଫଣ୍ଣାଣ୍ଡିଜ୍। ନିଜର ସାଙ୍ଗସାଥୀଙ୍କ ସହ ବାବା କେଦାରନାଥଙ୍କ ଦର୍ଶନ କରି ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ଜ୍ୟାକଲିନ୍। ନିକଟରେ ନିଜକୁ ଅଭିନେତ୍ରୀଙ୍କ ପ୍ରେମିକ ବୋଲି ଦାବି କରୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜ୍ୟାଲିନଙ୍କ ଲାଗି ନବରାତ୍ରି ପାଳୁଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ କେଦାରନାଥ ଯାଇ ପୂଜାର୍ଚ୍ଚନା କରିବା ଘଟଣା ଦୁଇ ଜଣଙ୍କ ଭିତରେ ଗଭୀର ସଂପର୍କ ଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ମନ୍ଦିରର ପୂଜକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଜ୍ୟାକଲିନ୍ ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ମହାଦେବ ଶିବଙ୍କର ଆଶୀର୍ବାଦ କାମନା କରିଥିଲେ। ସାଧାରଣ ଭାବେ ପାଶ୍ଚାତ୍ୟ ଶୈଳୀର ପୋଷାକରେ ରହୁଥିବା ଏହି ଅଭିନେତ୍ରୀ ମନ୍ଦିରକୁ ଶାଢ଼ି ପିନ୍ଧି ଆସିଥିଲେ ଓ ସାଧାରଣ ଭକ୍ତଙ୍କ ଭଳି କପାଳରେ ଆଶୀର୍ବାଦୀ ଚନ୍ଦନ ଲେପିଥିଲେ। ପୂଜାର୍ଚ୍ଚନା ସାରି ମନ୍ଦିର ବାହାରକୁ ଆସି ସେ ସାଙ୍ଗମାନଙ୍କ ସହିତ ଫଟୋ ଉଠାଇ ଥିଲେ। ଏହି ଫଟୋ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାହା ତାଙ୍କ ପ୍ରଶଂସକମାନଙ୍କ ଦ୍ବାରା ଆଦୃତ ହୋଇଛି। ଏ ନେଇ କିଛି ପ୍ରଶଂସକ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଜ୍ୟାକଲିନ୍ ଆପଣ ବହୁତ ସୁନ୍ଦର ଦିଶୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ମୁଁ ବି କେଦାର ନାଥ ଯିବାକୁ ଚାହୁଁଛି।

ନିକଟରେ ମହାଠକ ସୁକେଶ ଚନ୍ଦ୍ରଶେଖର କାରଣରୁ ଚର୍ଚ୍ଚାକୁ ଆସିଥିଲେ ଜ୍ୟାକଲିନ୍। ସେ ଜେଲରୁ ଜ୍ୟାକଲିନଙ୍କୁ ଏକ ଚିଠି ଲେଖି ତାଙ୍କ ପାଇଁ ନବରାତ୍ରୀ ବ୍ରତ ପାଳୁଛି ବୋଲି ପ୍ରକାଶ କରିଥିଲା।  ଏହି ଚିଠିରେ ସୁକେଶ ଜ୍ୟାକଲିନଙ୍କୁ ଲେଖିଥିଲା, ‘‘ବେବି ଅକ୍ଟୋବର ୧୫ରୁ ନବରାତ୍ରୀ ଆରମ୍ଭ ହେଉଛି। ତୁମର ଭଲ ପାଇଁ ମୁଁ ଜୀବନରେ ପ୍ରଥମଥର ନବରାତ୍ରୀ ବ୍ରତ ରଖୁଛି। ପୂରା ୯ଦିନ ଉପବାସରେ ରହିବି। କାରଣ ଆମ ଚାରିପାଖ ନକରାତ୍ମକତା ରହିଛି। ମା’ଙ୍କ ଆର୍ଶୀବାଦରୁ ସବୁକିଛି ଠିକ ଅଛି। ସତ୍ୟର ଜୟ ହେବ। ଯଥାଶୀଘ୍ର ଆମେ ଦୁହେଁ ଏକାଠି ହେବା। ଯେତେ ଯାହା ହୋଇଯାଉ ଆମେ କେବେ ଅଲଗା ହେବା ନାହିଁ। ତୁମ ପାଇଁ ଓ ମୋ ପାଇଁ ମାତା ବୈ‌‌ଷ୍ଣୋଦେବୀ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜା ବି ରଖିଛି। ଆମ ଉପରେ ହସୁଥିବା ଲୋକଙ୍କ ମୁହଁ ଚୁପ କରି ଦେବା। ଆଉ ଦେଖାଇ ଦେବା କି ସେମାନେ ଭୁଲ ଆଉ ଆମେ ଠିକ।’’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button