ଓଡିଶା
ମୋଷ୍ଟ ୱାଣ୍ଟେଡ୍ ଆଲୋକ ନିହତ: ନିଆଳିରୁ ଆରମ୍ଭ, ମହାସମୁଦରେ ଶେଷ

ମାଲକାନଗିରି: ଓଡ଼ିଶାର ଅଖ୍ୟାତ ପଲ୍ଲୀରୁ ବାହାରି ପୁଲିସ ପାଇଁ କୁଖ୍ୟାତ ପାଲଟିଥିବା ଜଣେ ନକ୍ସଲ ନେତାଙ୍କ ଭୟଙ୍କର ଅନ୍ତ ହୋଇଛି। ସୀମାନ୍ତ ଛତିଶଗଡ଼ ମହାସୁମଦ ଜିଲ୍ଲାରେ ପୁଲିସ ଗୁଳିରେ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଆଲୋକ ନିହତ ହୋଇଥିବା ସୂଚନା ମିଳିଛି। ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଏନ୍କାଉଣ୍ଟରରେ ସଂଗଠନ ଅନେକ ବଡ଼ ନେତାଙ୍କୁ ହରାଇଛି। ନକ୍ସଲଙ୍କୁ ଆଉ ତ୍ରାହି ନାହିଁ। ଗୋଡ଼ାଇ ଗୋଡ଼ାଇ ଏନ୍କାଉଣ୍ଟର କରୁଛନ୍ତି ସୁରକ୍ଷାକର୍ମୀ। ୪ଦିନ ତଳେ ହୋଇଥିବା ଏନ୍କାଉଣ୍ଟରରେ ୧୬ଜଣ ନକ୍ସଲ ନିହତ ହୋଇଥିଲେ। ଏଥିରେ ଜଣେ ଓଡ଼ିଆ ରହିଥିବା ଆଜି ସୂଚନା ମିଳିଛି। ସେ ହେଉଛନ୍ତି ଆଲୋକ ସେଠୀ ଓରଫ ମୁନା। ଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କୂଳଶ୍ରୀ ଗାଁରେ। ବହୁ ବର୍ଷ ତଳେ ପରିବାର ସହ ସଂପର୍କ ତୁଟାଇ ଗାଁ ଛାଡ଼ିଥିଲେ ଆଲୋକ। ପର୍ଯ୍ୟାୟକ୍ରମେ ଆଲୋକଙ୍କୁ ସଂଗଠନରେ ପଦୋନ୍ନତି ମିଳିଥିଲା।