ଦେଶ ବିଦେଶ

ବିଦ୍ୟୁତ୍‌ କଟିଯିବା ପରେ ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କ ଅସ୍ତ୍ରୋପଚାର କଲେ ଡାକ୍ତର – Utkal Mail


ପାର୍ବତୀପୁରମ୍‌: ଆନ୍ଧ୍ରପ୍ରଦେଶର କୁରୁପମ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନଙ୍କୁ ମୋବାଇଲ୍‌ ଫୋନ୍‌ର ଫ୍ଲାସ୍‌ ଲାଇଟ୍‌ ବ୍ୟବହାର କରି ଦୁଇ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରିବାକୁ ପଡ଼ିଛି।

ରିପୋର୍ଟରୁ ପ୍ରକାଶ, ଶନିବାର ସନ୍ଧ୍ୟାରେ ଏକ ଅଟୋ ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡ଼ିବାରୁ ଘଟିଥିବା ଏକ ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଅଟୋରେ ଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାରୁ ମେଡିକାଲରେ ଥିବା ଡାକ୍ତରମାନେ ଗୋଟିଏ ହାତରେ ରୋଗୀଙ୍କ କ୍ଷତ ଉପରେ ଫ୍ଲାସ୍‌ ଲାଇଟ୍‌ ପକାଇ ଅନ୍ୟ ହାତରେ ରୋଗୀଙ୍କ ଚିକିତ୍ସା ସହ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶର ମାଣିଆମ ଜିଲ୍ଲାରେ ବିଦ୍ୟୁତ୍‌ ବିଚ୍ଛିନ୍ନତା ସମସ୍ୟା ଡାକ୍ତରମାନଙ୍କ ପାଇଁ କର୍ତ୍ତବ୍ୟ ର୍ନିବାହ କରିବାରେ ବାଧକ ସାଜିଛି। ତେବେ, ବିଦ୍ୟୁତ କାଟର ଏକ କାରଣ ଜରୁରୀକାଳୀନ ଲୋଡ୍‌ ସେଡିଂ ବୋଲି କୁହାଯାଉଛି। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା ବିଦ୍ୟୁତ ସଙ୍କଟ କିଛି ବର୍ଷ ହେବ ଡିସ୍କମ୍‌ଗୁଡ଼ିକୁ ଲୋଡ୍‌ ସେଡିଂ କରିବାକୁ ବାଧ୍ୟ କରୁଛି। ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଏହି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button