ଜାଣନ୍ତୁ ରସୁଣ ସହିତ ଜଡ଼ିତ କିଛି ଅଦ୍ଭୁତ ରହସ୍ୟ , ଚୁମ୍ବକ ଭଳି ଆକର୍ଷିତ କରିଥାଏ ଧନକୁ

ସାଧରଣତଃ ରସୁଣରେ ଥିବା ତୀବ୍ର ଗନ୍ଧ ଯୋଗୁଁ ନକରାତ୍ମକ ଶକ୍ତି ଏହାର ଅଖପାଖକୁ ବି ଆସିପାରେ ନାହିଁ । ରସୁଣକୁ ତନ୍ତ୍ର ଶାସ୍ତ୍ରରେ କଲ୍ୟାଣକାରୀ ବୋଲି କୁହାଯାଏ । ଆଜିବି ରସୁଣ ମାଳାକୁ ଗାଁ ମାନଙ୍କରେ ଛୋଟ ପିଲାଙ୍କୁ ନଜରରୁ ବଞ୍ଚାଇବା ପାଇଁ ପିନ୍ଧା ଯାଇଥାଏ । ତେଣୁ ଆଜିକାର ଲେଖାରେ ଆମେ ରସୁଣର କିଛି ଗୁପ୍ତ ଉପାୟ ବିଷୟରେ କହିବୁ । ପ୍ରାଚୀନ ଧର୍ମ ଗ୍ରନ୍ଥ ଅନୁସାରେ ଯଦି ତାହା ଆପଣ କରନ୍ତି ତେବେ ଖୁବ ଭଲ ହୋଇଥାଏ ।
ସାଧରଣତଃ ଆପଣଙ୍କ ଘରକୁ ଯଦି କୌଣସି ବ୍ୟକ୍ତି ଆସନ୍ତି ତେବେ ସେ କେଉଁ ଚିନ୍ତାଧାରା ନେଇ ଆସୁଛନ୍ତି ତାହା ଜଣା ପଡ଼ିନଥାଏ । ତେଣୁ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ରସୁଣ ମାଳା ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ବାନ୍ଧନ୍ତୁ । ଏହା ନକରାତ୍ମକ ଶକ୍ତିକୁ ନିଜ ଭିତରକୁ ଆକର୍ଷିତ କରିନିଏ । ଅର୍ଥାତ ସେହି ଖରାପ ଶକ୍ତିକୁ ଶୋଷି ନେଇଥାଏ ଏବଂ ଘର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ । ଯଦି ଖରାପ ଚିନ୍ତାଧାରା କିମ୍ବା ନକରାତ୍ମକ ଶକ୍ତି ନେଇ କୌଣସି ବ୍ୟକ୍ତି ଆପଣଙ୍କ ଘରକୁ ଆସନ୍ତି ତେବେ ଘରେ ଧୀରେ ଧୀରେ କାଙ୍ଗାଳ ଅବସ୍ଥା ଆସିଯାଏ । ତେଣୁ ରସୁଣର ଏହି ଉପାୟ ନିଶ୍ଚୟ କରନ୍ତୁ ।
୨ . ଫୁଟବୋର୍ଡ଼ ତଳେ ସବୁବେଳେ ରସୁଣ ଦବାଇ ରଖନ୍ତୁ । ଘରର ଯଦି କୌଣସି ବ୍ୟକ୍ତି ବାହାରକୁ ଯାଆନ୍ତି ତେବେ ତାଙ୍କ ସହିତ ନକରାତ୍ମକତା ଘର ଭିତରକୁ ପ୍ରବେଶ କରେ ତେଣୁ ଏହି ସମସ୍ୟାକୁ ଦୂରେଇ ଦେବା ପାଇଁ ଘରର ଫୁଟବୋର୍ଡ଼ ତଳେ ନିଶ୍ଚିତ ଭାବରେ ଦୁଇ କଲି ରସୁଣ ରଖନ୍ତୁ । କାରଣ ରସୁଣ ନକରାତ୍ମକତାକୁ ଶୋଷିନିଏ ଏବଂ ଏହାଦ୍ବାରା ସେହି ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରେ ନାହିଁ ।
୩ . ରାତିରେ ଖରାପ ସ୍ୱପ୍ନ ପ୍ରାୟ ଆସିଥାଏ । ତେଣୁ ତକିଆ ତଳେ ନିଶ୍ଚିତ ଭାବରେ ରସୁଣ ରଖିବା ଉଚିତ । ଖରାପ ସ୍ୱପ୍ନ ଦ୍ୱାରା ଆମ ମସ୍ତିଷ୍କରେ ପୀଡ଼ା ହେବା କିମ୍ବା ମାନସିକ ଚିନ୍ତା ଗ୍ରାସ କରିଥାଏ ।ଏହାଦ୍ବାରା ନବଗ୍ରହ ଦୋଷ ମଧ୍ୟ ପ୍ରଭାବ ପକାଇ ଥାଏ । କୌଣସି ବି ଦେବୀ ଦେବତାଙ୍କ ଦୋଷ ଲାଗିଯାଏ । ତେଣୁ ଏହି କ୍ଷେତ୍ରରେ ତକିଆ ତଳେ ରସୁଣ ରଖି ଶୋଇଲେ ଏହିସବୁ ସମସ୍ୟା ଦୂର ହୋଇଯାଏ ।
୪ . ସକାଳୁ ଉଠି ଖାଲି ପେଟରେ ଗୋଟିଏ ରସୁଲ କଲି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ରୋଗ ମୁକ୍ତ ରହେ । ଶରୀର ମଧ୍ୟରେ ଥିବା ନକରାତ୍ମକ ଶକ୍ତି ନଷ୍ଟ ହେବାରେ ଲାଗେ । ଏହାସହିତ ଦିନ ସାରା ସକାରାତ୍ମକ ଶକ୍ତିର ଉତ୍ପନ୍ନ ହୋଇଥାଏ । ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଶରୀରରେ କାର୍ଯ୍ୟ କରିବାକୁ ଶକ୍ତି ଆସିଯାଏ । ତେଣୁ ରସୁଣକୁ ଅମର ବରଦାନ ବୋଲି କୁହାଯାଏ ।