ଓଡିଶା

ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା

ତାଳଚେର : ପ୍ରେମିକର ପ୍ରେମ ପାଗଳ କଲା ।  ସ୍ବାମୀ ସହ ରହିବାକୁ ସ୍ତ୍ରୀର ଆଦୌ ଇଚ୍ଛା ନଥିଲା । ସ୍ବାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ସ୍ତ୍ରୀ । ସ୍ବାମୀ ହାତ ଛାଡ଼ି ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ। ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଥାନାରେ ହେଲା ଚୁକ୍ତିନାମା ।  ଏପରି ଏକ ଘଟଣା ତାଳଚେରରୁ ଆସିଛି ।

ସୂଚନା ଅନୁସାରେ ଗତ ୧୮ ତାରିଖରେ ତାଳଚେର ଥାନା ଅନ୍ତର୍ଗତ ଟାଉନ ବଡ଼ ଦାଣ୍ଡ ସାହିର ଜଣେ ଯୁବକଙ୍କ ବିବାହ ବଅଁରପାଳ ବ୍ଲକ ଅଞ୍ଚଳରେ ହୋଇଥିଲା । ବିବାହ କାର୍ଯ୍ୟ ଶେଷ ହେବା ପରେ କନ୍ୟା ଶାଶୁଘରକୁ ଆସିଥିଲା । ୩ ଦିନ ଧରି ନବବଧୂ ଶାଶୁଘରେ ଠିକଠାକ ଥିଲା ।  ହେଲେ ଚତୁର୍ଥୀ ଦିନ ବିବାହ ତାଙ୍କ ଇଛା ଅନୁସାରେ ହୋଇନଥିବା କହିଥିଲେ ନବବଧୂ ।

ଏହା ମଧ୍ଯ କହିଥିଲେ କି ତାଙ୍କ ମାଆ ଜୋର ଜବରଦସ୍ତ ବିବାହ କରାଇଛନ୍ତି ।  ଏପରି କି ବିବାହ ନକଲେ ବାପା ଜୀବନ ହାରିବାକୁ ଧମକ ଦେଇଥିଲେ । ତେଣୁ ସେ ବାଧ୍ୟ ହୋଇ ବିବାହ କରିଥିଲେ । ନିଜ ପୁରୁଣା ପ୍ରେମିକକୁ ବିବାହ କରିବାକୁ ଜିଦ କରିଥିଲେ। ଏପରି କଥା ଶୁଣି ବରପକ୍ଷ ତୁରନ୍ତ ନବବଧୂଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।  ପରେ ଉଭୟ ପରିବାର ତାଳଚେର ଥାନାର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଥାନାରେ ଚୁକ୍ତିନାମା ହୋଇଥିଲା । ନବବଧୂ ଜଣକ ତାଙ୍କ ପୁରୁଣା ପ୍ରେମିକ ପାଖକୁ ଚାଲିଯାଇଥିଲେ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button