ମନୋରଞ୍ଜନ

ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ଗୁଜବ କର୍କଟ ହୋଇଥିବା ଖବର ମିଛ – Utkal Mail


ଭୁବନେଶ୍ବର: ଅଭିନେତ୍ରୀ ଅନୁ ଚୌଧୁରୀ ଅସୁସ୍ଥ ଥିବା ଏକ ୱେବ୍‌ ପୋର୍ଟାଲ୍‌ରେ ମିଛ ଖବର ପ୍ରସାର ନେଇ ସାଇବାର ଥାନାରେ ଅଭିଯୋଗ ହୋଇଛି। ପୋର୍ଟାଲ୍‌ରେ ଅଭିନେତ୍ରୀଙ୍କୁ କର୍କଟ ହୋଇଥିବା ଖବର ପ୍ରସାର ପରେ ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ ଫୋନ୍‌ କଲ୍‌ ଆସିଥିଲା। ତାଙ୍କର ପ୍ରଶଂସକମାନେ ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିଲେ। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଲମ୍ବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ତେବେ ଏହା ଏକ ଗୁଜବ ବୋଲି ଅନୁ କହିଛନ୍ତି। ସେ କହିଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ହେଲେ ମିଥ୍ୟା ଖବରକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button