ଦେଶ ବିଦେଶ

ଡିଏମ୍‌କେ ନହଟିବା ଯାଏଁ ଜୋତା-ଚପଲ ପିନ୍ଧିବିନି: ଆନ୍ନାମଲାଇ

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମ୍‌କେ କ୍ଷମତାରୁ ନ ହଟିବା ପର୍ଯ୍ୟନ୍ତ ସେ ଜୋତା, ଚପଲ ପିନ୍ଧିବେ ନାହିଁ ବୋଲି ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇ ଆଜି ଘୋଷଣା କରିଛନ୍ତି। କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିବା ସହ ଏହି ସମୟରେ ପିନ୍ଧିଥିବା ଜୋତା ବାହାର କରି ନିଜ ହାତରେ ଧରିଥିଲେ ଏବଂ ପଣ ପୂରଣ ପର୍ଯ୍ୟନ୍ତ ଆଉ ଜୋତା କିମ୍ବା ଚପଲ ପିନ୍ଧିବେ ନାହିଁ ବୋଲି କହିଥିଲେ।

୬ ଥର ନିଜକୁ ଚାବୁକ୍‌ ମାରିବେ, ୪୮ ଦିନ ଉପବାସ କରିବେ

ଆନ୍ନା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପ୍ରତି ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଆସନ୍ତାକାଲିଠାରୁ ସେ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଆନ୍ନାମଲାଇ କହିଛନ୍ତି। ‘ଆସନ୍ତାକାଲି ମୁଁ ମୋ ଘର ସମ୍ମୁଖରେ ପ୍ରତିବାଦ କରିବା ସହ ନିଜକୁ ୬ ଥର ଚାବୁକ୍‌ ମାରିବି ଏବଂ ୪୮ ଦିନ ଉପବାସ କରିବି। ତାମିଲନାଡ଼ୁ ସରକାର କ୍ଷମତାର ଦୁରୁପଯୋଗ କରିବା ସହ ଅତ୍ୟାଚାରୀ ଶାସନ ଚଳାଇଥିବାରୁ ଏହି ସରକାର କ୍ଷମତାଚ୍ୟୁତ ହେବା ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଜରୁରୀ ବୋଲି ଆନ୍ନାମଲାଇ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button