ଚର୍ଚ୍ଚାରେ ଇଶା ଅମ୍ବାନୀଙ୍କ କାମ; ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ସଫଳତା ପ୍ରାପ୍ତି – Utkal Mail
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ୍ )ର ୪୬ତମ ଏଜିଏମରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିକଟରେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ଦେଇଥିଲେ ।
ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଅମ୍ବାନୀଙ୍କ ଏକମାତ୍ର କନ୍ୟା ଇଶା ଅମ୍ବାନୀ ସାମିଲ ଥିବା ବେଳେ ରିଲାଏନ୍ସ ରିଟେଲରର ନିର୍ଦ୍ଦେଶିକା ବି ରହିଛନ୍ତି। ଇଶାଙ୍କ ନେତୃତ୍ବରେ କମ୍ପାନି ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ସଫଳତା ପ୍ରାପ୍ତ କରି ଚାଲିଛି। ଏହି କାରଣରୁ ଇଶା ଓ ତାଙ୍କ କାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ରିଲାଏନ୍ସ ରିଟେଲର ଦେଶର ପାଖାପାଖି ୨୭କୋଟି ଗ୍ରାହକଙ୍କ ପାଖରେ ପହଞ୍ଚି ପାରିଛି। ଦେଶରେ ଏହାର ପାଖାପାଖି ୧୮,୫୦୦ ଷ୍ଟୋର୍ସ ରହିଛି।
ତେବେ ଏତେ ସବୁ କାମର ଦାୟିତ୍ବ ନେଇଥିବା ଇଶାଙ୍କ ପାରିଶ୍ରମିକ କେତେ ବୋଲି ଲୋକେ ପ୍ରାୟତଃ ଜାଣିବାକୁ ଚାହିଁ ଥାଆନ୍ତି। ତେଣୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଇଶାଙ୍କ ମାସକୁ ଦରମା ୩୫ଲକ୍ଷ ଟଙ୍କା ପାଖାପାଖି ବୋଲି କୁହାଯାଉଛି। ଏହି କ୍ରମରେ ଦେଖିବାକୁ ଗଲେ ଇଶାଙ୍କ ବାର୍ଷିକ ଆୟ ପାଖାପାଖି ୪.୨କୋଟି ଟଙ୍କା ରହିଛି। ସେହିପରି ଇଶାଙ୍କ ନେଟୱର୍ଥ ଦେଖିବାକୁ ଗଲେ ୮୩୩କୋଟି ଟଙ୍କା ରହିଛି ବୋଲି ଅନୁମାନ କରାଯାଉଛି।
ନିକଟରେ ଇଶା ଅମ୍ବାନୀ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କମ୍ପାନି ଏଡ-ଏ-ମମ୍ମା ସହିତ ହାତ ମିଳାଇଛନ୍ତି। ଏହି କମ୍ପାନିକୁ ଆଗକୁ ନେବାରେ ଇଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ବି କୁହାଯାଉଛି।