ଦେଶ ବିଦେଶ

Anubhav ଙ୍କ ଅଦେଖା ଲୁହ, ପ୍ରେମ କରି କଷ୍ଟ ପାଉଛି କହିଲେ ଅନୁଭବ…

ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ଯେ ବର୍ଷା ତାଙ୍କୁ କହିଥିଲେ ଯେ ଯେଉଁ ଦିନ ଦିଲ୍ଲୀ ଘରକୁ ସେମାନେ ଯିବେ ସେହିଠାରେ ଉଭୟ ସମ୍ପର୍କ ଗଢିବେ ବୋଲି କହିଥିଲେ।ଛୋଟ ଛୁଆଙ୍କୁ ଯେପରି ଚକୋଲେଟ ଦେଇ ବୁଝେଇ ଦେଇଥାନ୍ତି ସେହିପରି ବର୍ଷା ବୋଧେ ବୁଝେଇବା ପାଇଁ ଚେଷ୍ଟା କରିଥିଲେ ବୋଲି ଅନୁଭବ କହିଛନ୍ତି।

 

ଅନୁଭବ ଶୁଣିବା ପରେ ବୁଝି ମଧ୍ୟ ଗଲେ।ଦିଲ୍ଲୀ ଆସିଲେ।ଏଠାରେ କୌଣସି ସମସ୍ୟା ସମାଧାନ ହେଲା ନାହିଁ।ଅନୁଭବ ବର୍ଷା ଙ୍କ ବଡ଼ ଭଉଣୀ ଙ୍କୁ ଅସୁବିଧା କଥା ଜଣାଇଥିଲେ।ବର୍ଷା ଙ୍କ ମଝିଆଁ ଭଉଣୀ କହିଥିଲେ ଯେ ସେ ତାଙ୍କ ସ୍ବାମୀଙ୍କୁ ଗ୍ରହଣ କରିବା ପାଇଁ ପାଞ୍ଚ ବର୍ଷା ଲାଗିଥିଲା।ପ୍ରାୟ ଝିଅ ମାନଙ୍କର ଏମିତି ହୁଏ।କାହାକୁ ସାତ ଆଠ ମାସ ଲାଗିଥାଏ।

ସେ ବର୍ଷା ଙ୍କୁ ବୁଝେଇବେ ବ୍ୟସ୍ତ ନ ହେବା ପାଇଁ କହିଥିଲେ।ଏହାପରେ ଅନୁଭବ ଚୁପ୍ ରହିଲେ।ତାଙ୍କର କାମ ଖାଲି ଥିଲା ଯେ ସକାଳେ ପାର୍ଲିଆମେଣ୍ଟ ଯାଉଥିଲେ।ଅନୁଭବ ଙ୍କୁ ପଢ଼ିବା ପାଇଁ ଭଲ ଲାଗେ।ଲେଖିବା ପାଇଁ ବିଭିନ୍ନ ଜିନିଷ ଜାଣିବା ପାଇଁ ଭଲ ଲାଗେ। ପାର୍ଲିଆମେଣ୍ଟ ପୂର୍ବରୁ ବର୍ଷା ସପିଙ୍ଗ କରିବା ପାଇଁ କହିଲେ ଦୁହେଁ ଯାଇଥାନ୍ତି।ତାଙ୍କ ବାପା ମା ଅନୁଭବ ଙ୍କ ଭରଷାରେ ଛାଡ଼ି ଛନ୍ତି।

 

ସେ ବର୍ଷା ଙ୍କୁ ବହୁତ ଭଲ ପାଇଥିଲେ।ପଇସା ପତ୍ରର କିଛି ହିସାବ ମଧ୍ୟ ରଖନ୍ତି ନାହିଁ।ବର୍ଷା ଙ୍କ ପାଇଁ ସେ ଖର୍ଚ୍ଚ କରିଥାନ୍ତି।ବାହାଘର ପୂର୍ବରୁ କି ବାହାଘର ପରେ ମଧ୍ୟ ପଇସା କଥା ଅନୁଭବ କିଛି କହୁ ନଥିଲେ।ପୁଣି ଦିଲ୍ଲୀ ରୁ ଫେରିଲେ ଓଡ଼ିଶା ଗଲେ ଦୁହେଁ ସମ୍ପର୍କ ରଖିବେ ବୋଲି ବର୍ଷା କହିଥିଲେ।ଏହା ବି ଠକିଲେ।ସବୁବେଳେ ବର୍ଷା ବାହାନା କରି ରହିଲେ।ଅନୁଭବ ଙ୍କୁ ସବୁବେଳେ ମିଛ କହିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button