ନିଶ୍ଚୟ ଭାବରେ ‘ଯବାନ-୨’ ନିର୍ମାଣ କରିବି, ଯଦି…: ନିର୍ଦ୍ଦେଶକ ଅଟଲି – Utkal Mail
ମୁମ୍ବାଇ: ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଥିଲା। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ଏବେ ଫିଲ୍ମଟି କେବଳ ଭାରତରେ ୪୪୦କୋଟି ଆୟ କରିଥିବା ବେଳେ ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ୭୦୦କୋଟି ପାର୍ କରିଛି। ଫିଲ୍ମଟି ସଫଳ ହେବା ପରେ ଏବେ ନିର୍ଦ୍ଦେଶକ ଅଟଲି ଏହାର ଦ୍ବିତୀୟ ଭାଗ ଆଣିବା ଉପରେ ପ୍ରତିକ୍ରିୟା ରଖିଛନ୍ତି।
ପିଙ୍କଭିଲ୍ଲାକୁ ସାକ୍ଷାତକାର ଦେଇ ଅଟଲି କହିଛନ୍ତି, “ଆଜି ପର୍ଯ୍ୟନ୍ତ ମୋର ସବୁ ଫିଲ୍ମର ଶେଷ ଗୋଟିଏ ଭାଗରେ ହିଁ ହୋଇଛି। କୌଣସି ଫିଲ୍ମର ମୁଁ ଦ୍ବିତୀୟ ଭାଗ ନିର୍ମାଣ କରିନାହିଁ। ହେଲେ ଯବାନର ଦ୍ବିତୀୟ ଭାଗ ପାଇଁ ଯଦି ମୋତେ ଭଲ କାହାଣୀ ମିଳେ ତେବେ ମୁଁ ‘ଯବାନ-୨’ ନିର୍ମାଣ କରିବା ନେଇ ଚିନ୍ତା କରିବି।”

କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ଅଟଲି କିଛି ଲେଖକଙ୍କୁ ‘ଯବାନ’ର ସିକ୍ୟୁଏଲ ପାଇଁ କାହାଣୀ ଲେଖିବାକୁ କହିଛନ୍ତି। ଏହା ସହ ସୁପରଷ୍ଟାର ବିଜୟ ସେଥୁପତି ଫିଲ୍ମର ଦ୍ବିତୀୟ ଭାଗରେ ନଜର ଆସିବେ ନାହିଁ। ତେବେ ଏହା କେତେ ସତ ସେ ନେଇ ଦ୍ବନ୍ଦ୍ବ ରହିଥିବା ବେଳେ ଏବେ ଅଟଲି ଲୋକଙ୍କ ଦ୍ବନ୍ଦ୍ବ ଦୂର କରିଛନ୍ତି।



