ଜୀବନଶୈଳୀ

ଘରର ରୋଷେଇ ଘରେ ଏହି ତିନୋଟି କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ। ନଚେତ ଦେବୀ ଲକ୍ଷ୍ମୀ ହୋଇ ଯାଇଥାନ୍ତି କ୍ରୋଧିତ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ରୋଷେଇ ଘରେ କେଉଁ ଜିନିଷ ଶେଷ ହେବାକୁ ଦେବେ ନାହିଁ ଏବଂ କେଉଁ ଜିନିଷ ରୋଷେଇ ଘରୁ ତୁରନ୍ତ ବାହାର କରି ଦେବା ଉଚିତ। ନଚେତ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବାର ସମ୍ଭାବନା ରହିଥାଏ। ଆମ ସମସ୍ତଙ୍କ ଘରର ରୋଷେଇ ଘରକୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ। ଏହି ରୋଷେଇ ଘରୁ ବ୍ୟକ୍ତିର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣ ହୋଇଥାଏ। କାରଣ ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ଏବଂ ଜିନିଷପତ୍ର ପରିପୂର୍ଣ ରହିଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ରୋଷେଇ ଘରୁ ଯେଉଁ ଜିନିଷ ସରିବା ଅନୁଚିତ ଆସନ୍ତୁ ସେହି ବିଷୟରେ ଜାଣିବା। ପ୍ରଥମେ ହେଉଛି ଅଟା। ଅଟା ଡବାରୁ ସମ୍ପୂର୍ଣ୍ଣ ଭାବରେ ଅଟା ସରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଦ୍ଵିତୀୟରେ ହେଉଛି ହଳଦୀ। ହଳଦୀ କେବେବି ରୋଷେଇ ଘରୁ ସରିବା ଉଚିତ ନୁହେଁ। ହଳଦୀ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।, ଗୁରୁ ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାଏ। ତୃତୀୟରେ ହେଉଛି ଚାଉଳ। ଅଧିକାଂଶ ଲୋକେ ରୋଷେଇ ଘରୁ ଚାଉଳ ସରି ଯିବା ପରେ ହିଁ ଚାଉଳ ଆଣି ଥାଆନ୍ତି। ଏହି ଚାଉଳ ସାରି ସରିବା ପୂର୍ବରୁ ଚାଉଳ ଆଣି ଢାଳିବା ଉଚିତ। ନଚେତ ଦେବୀ ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡିପାରେ। ଚାଉଳକୁ ଶୁକ୍ର ଗ୍ରହ ସହିତ ଯୋଡା ଯାଇଥାଏ। ଶୁକ୍ର ଗ୍ରହ ଭୌତିକ, ସୁଖ ସମୃଦ୍ଧିର କାରକ ଗ୍ରହ ଅଟେ।

କେବେବି ଅନ୍ୟମାନଙ୍କ ଘରୁ ଲୁଣ ମାଗିବାକୁ ଯାଆନ୍ତୁ ନାହିଁ। ନିହାଘରେ ସର୍ବଦା ଲୁଣ ପରିପୂର୍ଣ କରି ରଖନ୍ତୁ। ନଚେତ ଆପଣଙ୍କ ଘରର ଧନ ଭଣ୍ଡାର ଖୁବ୍ ଶୀଘ୍ର ଖାଲି ହୋଇଯିବାର ସମ୍ଭାବନା ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ କିଛି ଏଭଳି ଜିନିଷ ରଖିବା ଉଚିତ ନୁହେଁ, ଯାହା ନକାରାତ୍ମକ ସୃଷ୍ଟି କରିଥାଏ। ରୋଷେଇ ଘରେ କେବେବି କୌଣସି ଔଷଧପତ୍ର ରଖନ୍ତୁ ନାହିଁ।

ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ। ଅଟା ଚକଟି ଏହାକୁ ଫ୍ରିଜ ମଧ୍ୟରେ ରଖନ୍ତୁ ନାହିଁ। ରୋଷେଇ ଘରେ ସାତ୍ୱିକ ଓ ତାମସିକ ଖାଦ୍ୟ ରନ୍ଧନ ହୋଇଥାଏ, ତେଣୁ ରୋଷେଇ ଘରେ କେବେବି କୌଣସି ଦେବୀ କିମ୍ବା ଦେବତାଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରକୁ କେବେବି ଜୋତା କିମ୍ବା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥାଏ। ରାତିରେ ଖାଇ ସାରି ଶୋଇବା ପୁର୍ବରୁ ଅଇଁଠା ବାସନ ରଖି ଶୁଅନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି। ଏହାସହିତ ତାବା ଓ କଢେଇକୁ କେବେବି ପାଖରେ ରଖନ୍ତୁ ନାହିଁ। ଏହା ରାହୁର ପ୍ରତୀକ ହୋଇଥାଏ। ଯାହାଫଳରେ ପରିବାର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button