କ୍ରାଇମ

ଇନଷ୍ଟାଗ୍ରାମରେ ନକଲି ଆଇଡି ଖୋଲି ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲା ଛାତ୍ର – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରର କାକାଦେବୀ ଅଞ୍ଚଳର ଇଞ୍ଜିନିୟର(ବିଟେକ)  ଛାତ୍ର ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଇଞ୍ଜିନିୟର ଛାତ୍ରକୁ ଗିରଫ କରିଛି।

ଗିରଫ ପରେ ଅଭିଯୁକ୍ତ ଛାତ୍ର ଜଣକ ପୁଲିସ ସମ୍ମୁଖରେ ନିଜର ଦୋଷକୁ ସ୍ବୀକାର କରିଥିଲା। ଆଉ କହିଥିଲା, ‘ମୋତେ ଉକ୍ତ ଶିକ୍ଷୟିତ୍ରୀ ଆଦୌ ପସନ୍ଦ ନୁହନ୍ତି। ସେ ମୋତେ ଗାଳି କରନ୍ତି। ମୁଁ ଏହି ଗାଳିର ପ୍ରତିଶୋଧ ନେବା ପାଇଁ ତାଙ୍କର ଫଟୋକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତି କରିଥିଲି। ଏହାପରେ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲି। ଦେଖୁ ଦେଖୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।’

ପୁଲିସ ସୂତ୍ରରୁ ପ୍ରକାଶ,ନିଜ ଅଶ୍ଳୀଳ ଭିଡିଓ ଭାଇରାଲ ହେବାର ଖବର ଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଆରମ୍ଭ  ‌ହୋଇଥିଲା। ପ୍ରଥମେ ପୁଲିସ ଇନଷ୍ଟାଗ୍ରାମର ଆଇପି ଆଡ୍ରେସ ଖୋଜିଥିଲା। ଏହାପରେ ଏହି ନକଲି ଆକାଉଣ୍ଟ ଜାଜମଉରେ ରହୁଥିବା ନମନ ନାମକ ବାଳକ ନାମରେ ଥିବା ଜଣାପଡ଼ିଥିଲା। ନମନ ଇଞ୍ଜିନିୟର ଛାତ୍ର ଥିବା ବେଳେ ସେ ଶିକ୍ଷୟିତ୍ରୀଙ୍କ ପୂର୍ବତନ ଛାତ୍ର ବୋଲି ଯାଞ୍ଚରୁ ଜଣାପଡ଼ିଥିଲା। ‌ତେବେ ନକଲି ଇନଷ୍ଟାଗ୍ରାମ ଆଇଡି ସହିତ ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଡିଲିଟ କରିବା ପାଇଁ ଏକ ଚିଠି ହୋଇଛି। ଯଥାଶୀଘ୍ର ଏହି ଘଟଣାର ସମାଧାନ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ପ୍ରତିଶ୍ରୃତି ଦିଆଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button