ଦେଶ ବିଦେଶ

SUPREME COURT ଦେଲେ ସବୁଠୁ ବଡ ରାୟ, ଆଉ ବାପାଙ୍କ ସମ୍ପତିରେ ଝିଅର କୌଣସି ଭାଗ ନାହିଁ ଯଦି ଝିଅ

ଆମ ସମାଜରେ ସବୁ ଜାଗାରେ ଝିଅ ମାନଙ୍କୁ ପୁଅ ମାନଙ୍କ ତୁଳନାରେ କମ ମାନାଯାଏ ।ଝିଅ ମାନଙ୍କ ପ୍ରତି ବହୁତ ପ୍ରତିବନ୍ଧକ ରହିଥାଏ,ଯେତେବେଳେ ବି ସେମାନେ କିଛି କରିବାକୁ ଓ ଆଗକୁ ବଡିବାକୁ ଚାହାନ୍ତି ସେତେବେଳେ ତାଙ୍କୁ ସାମାଜିକ ପାରିବାରିକ ସମସ୍ୟାକୁ ପାର କରିବାକୁ ପଡ଼ିଥାଏ ।ତେବେ ଆଜିର ଏହି ଆଧୁନିକ ସମାଜରେ ଝିଅ ମାନେ ବହୁତ ଆଗକୁ ଗଲେଣି ସେମାନେ ନିଜ ଇଚ୍ଛା ଅନୁସାରେ ଯାହା ଚାହୁଁଛନ୍ତି ତାହା କରିପାରୁଛନ୍ତି ।ଆଉ ଏବେ ବାପାଙ୍କ ସମ୍ପତିରେ ପୁଣି ଝିଅ ଓ ପୁଅ ଉଭୟଙ୍କର ଅଧିକାର ରହିଛି, କିନ୍ତୁ ନିକଟରେ ଏହି ଅଧିକାର କୁ ସୁପ୍ରିମକୋର୍ଟ କିଛି ନୂଆ ରାୟ ଜଣେଇଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତେବେ ସୂଚନା ଅନୁସାରେ ସୁପ୍ରିମ କୋର୍ଟ ଘୋଷଣା କରିଛି କି ଯଦି କେହି ଝିଅ ନିଜ ବାପାଙ୍କ ଠାରୁ ଅଲଗା ରହିଥାଏ ଓ ନିଜ ବାପାଙ୍କ ସହିତ କିଛି ସମ୍ପର୍କ ନରଖି ଥାଏ ଆଉ ସେହି ପରିସ୍ଥିତିରେ ବାପା ଝିଅର ଖର୍ଚ୍ଚ ନେବାକୁ ବାଧ୍ୟ ନୁହଁନ୍ତି ।ତେବେ ଏହି ଘୋଷଣା ଗୋଟିଏ ଛାଡପତ୍ର କେଶରୁ ଜଣା ପଡିଥିଲା,ତେବେ ସେହି ଛାଡପତ୍ର ର ଶେଷ ରାୟରେ ସୁପ୍ରିମକୋର୍ଟ ଏମିତି ରାୟ ଦେଇଥିଲେ ।ଆଉ ଏହି ଛାଡପତ୍ର ଜଷ୍ଟିସ୍ ସଂଜୟ କିଶନ୍ କୌଲ ଓ ଏମଏମ ସୁନ୍ଦରେଶ ଙ୍କ ଭିତରେ ହେଇଥିଲା ।

ତେବେ ସେହି ଛାଡପତ୍ରରେ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଅର୍ଥ ଦାବି କରିଥିଲେ ଆଉ ଅଦାଲତ ଏହାକୁ ମାନି ସ୍ୱାମୀଙ୍କୁ କହିଥିଲେ କି ସେ ସ୍ତ୍ରୀର ସବୁ ଦାବି ପୂରଣ କରିବା ସହ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆଉ ସେହି ସବୁ ଜମାସ କଟିବାର ସମୟ 2 ମାସ ରହିଥିବା ବେଳେ ସେହି ସମ୍ପତି ଉପରେ କେବଳ ସ୍ତ୍ରୀର ଅଧିକାର ରହିବ କିନ୍ତୁ ଝିଅର ସେଥିରେ କୌଣସି ଅଧିକାର ରହିବ ନାହିଁ ବୋଲି କୋର୍ଟ କହିଥିଲା ।

ତେବେ ମହିଳା କିନ୍ତୁ ସେହି କଥାରେ ରାଜି ହେଇ ନଥିଲେ ଆଉ ଅଭିଯୋଗ କହିଥିଲେ କି ସେ ଝିଅର ପାଠପଢା ଓ ବିବାହର ଖର୍ଚ୍ଚ କେମିତି ବହନ କରିବେ ।ତେବେ ସେତେବେଳେ ସେହି ଦମ୍ପତିଙ୍କ ଝିଅର ବୟସ 20,ତେଣୁ ମହିଳାଙ୍କ କଥା ଶୁଣି କୋର୍ଟ କହିଥିଲେ କି ଝିଅର ବୟସ ଅନୁସାରେ ସେ ନିଜ ଭବିଷ୍ୟତ ବିଷୟରେ ନିଜେ ନିଷ୍ପତ୍ତି ନେଇ ପାରିବ ।ତେଣୁ ଏ ବିଷୟରେ ସ୍ତ୍ରୀ କି ଝିଅ କେହି ବି ସେହି ଯୁବକ ପାଖରୁ କୌଣସି ପ୍ରକାର ଅର୍ଥ ଦାବି କରିପାରିବ ନାହିଁ ।ଯଦି ବାପା ଚାହିଁବେ ତ ନିଜ ଇଚ୍ଛାରେ ଝିଅକୁ ସାହାଯ୍ୟ କରିପାରିବେ ଏଥିରେ କିଛି ଅସୁବିଧା ହେବ ନାହିଁ ବୋଲି କୋର୍ଟ ଜଣେଇ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button