ମନୋରଞ୍ଜନ

ବିବାହ ପରେ ସ୍ବାମୀଙ୍କଠାରୁ ମିଳିଲା ସ୍ବତନ୍ତ୍ର ଉପହାର

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ। ଦିନରେ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ସୋନାକ୍ଷୀ ରାତିରେ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ମଥାରେ ସିନ୍ଦୂର ଲଗାଇବା ସହ ଲାଲ ଶାଢ଼ିରେ ସେ ଖୁବ ସୁନ୍ଦର ଦିଶୁଥିଲେ।

ତେବେ ବିବାହ ଓ ଭୋଜି ଶେଷ ହୋଇଥିବା ବେଳେ ଏବେ ଉପହାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିବାହ ପରେ ସ୍ବାମୀଙ୍କଠାରୁ ସୋନାକ୍ଷୀଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ସୋନାକ୍ଷୀଙ୍କୁ ସ୍ବାମୀ ଜହିର ଇକବାଲ ଏକ ବିଏମଡବ୍ଲୁ କାର୍ ଉପହାର ଦେଇଛନ୍ତି। କାରର ମୂଲ୍ୟ ୨.୫୦କୋଟି ଟଙ୍କ‌ା ବୋଲି ଜଣାଯାଇଛି। ଉଭୟ ସୋନାକ୍ଷୀ ଓ ଇକବାଲ ଏହି କାରରେ ବସି ବିବାହ ‌ଭୋଜିକୁ ଆସିଥିବା ବେଳେ କାରଟି ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା। ଏବେ ଏହି କାରଟି ଇକବାଲ, ସୋନାକ୍ଷୀଙ୍କୁ ଦେଇଥିବା ଜଣାପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button