ସ୍ୱାସ୍ଥ୍ୟ

ମନ ଅତ୍ୟଧିକ ଖୁସି କିମ୍ବା ଦୁଃଖୀ ରହୁଛି କି ?

ମଣିଷ ମନ ଏମିତି ଗୋଟେ ଚଞ୍ଚଲ ଜିନିଷ ଯାହା କେବେ ସ୍ଥିର ହୋଇକି ନଥାଏ ସବୁବେଳେ ବଡଲୂଥାଏ କିନ୍ତୁ ଏହାର ଅଧିକ ପ୍ରଭାବ ସବୁ କିଛି ଖରାପ କରିଥାଏ ସେଥିପାଇଁ ଯଦି ମନ ଅତ୍ୟଧିକ ଖୁସି ବା ଦୁଃଖୀ ରହୁଛି ତେବେ ଏହି କଥା ଗୁଡିକ ଜାଣିବା ଆବଶ୍ୟକ ଅଟେ । କଣ ଆପଣ କେବେ ଏହା ଅନୁଭବ କରିଛନ୍ତି ଯେ ଆପଣଙ୍କ ମନ ଦୁଃଖୀ ହେଲେ ଆପଣ ବହୁତ ମାନ୍ଦାଳିଆ ଅନୁଭବ କରିଥାନ୍ତି କିନ୍ତୁ ଖୁସି ରହିଲେ ଆପଣଙ୍କୁ ସବୁ କିଛି ବହୁତ ଭଲ ଲାଗିଥାଏ । ତେବେ ମନସ୍ଥିତି ଖରାପ ରହିଲେ ମଣିଷ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପଡିଥାଏ ।

ତେବେ ଜୀବନରେ ଛୋଟ ବଡ ଦୁଃଖ ସୁଖ ଆସିଥାଏ ଆଉ ମଣିଷ ତାକୁ ସମ୍ଭାଳି ଦିଏ କିନ୍ତୁ କିଛି ବହୁତ ବଡ ହେଲେ ମଣିଷ ମନସ୍ଥିତି ଖରାପ ହୋଇଥାଏ । ଯେମିତିକି ଯଦି ଜଣେ ବହୁତ ଟଙ୍କାର ଲଟ୍ରି ପାଇଲା ତେବେ ଏହା ଘଟି ପାରେ ନଚେତ କାହା ଘରେ ଯଦି ପରିବାର ସଦସ୍ୟ ମୃତ୍ୟୁ ହେଲା ତେବେ ଦୁଃଖ ହୋଇଥାଏ ଯାହା କିଛି ଲୋକଙ୍କ ପାଇଁ ଅସହନୀଯ ହୋଇଥାଏ ।

କଣ ଆପଣ ଜାଣିଛନ୍ତି ଏହାକୁ ଡକ୍ଟର ମାନେ କଣ କୁହନ୍ତି ଏହାକୁ ବାଇପୋଲାର ଡିଶଅଡର କୁହାଯାଏ । ତେବେ ବହୁତ ଅଧିକ ଦୁଃଖୀ ରହିଲେ ମଣିଷ ଖାଇବା ପିବା କମେଇ ଦିଏ ଏହା ସହ କଥା ବାର୍ତା ମଇଳା ମିଶା ସବୁ କମେଇ ଦିଏ କିନ୍ତୁ ସୁଖରେ ଏହାର ଓଲଟା ହୋଇଥାଏ ମଣିଷ କମ ସୁଏ କିନ୍ତୁ ଏକଟିବ ରୁହେ, ବହୁତ ବହୁତ ଖାଇଥାଏ, ନିଜ ଆଖ ପାଖ ଲୋକଙ୍କ ସହ କଥା ହେଲା ବେଳେ ବଡ ବଡ କଥା କହିଥାଏ ଯେମିତି ମୁଁ ନବୀନ ପଟନାୟକ ସହ ଦେଖା କରିଥିଲି ।

ଏହା ଛଡା ବଡ ବଡ କଥା ଯେମିତି ମୁଁ ପ୍ରାଇମିନିଷ୍ଟର ହବାକୁ ଯାଉଛି ଆସନ୍ତା ସମୟରେ, ଏହା ଛଡା ମୁଁ ଡାନ୍ସ ଇଣ୍ଡିଆ ଦଂଶ ପ୍ରତିଯୋଗୀତା ଜିତ୍ୟ ଜୀବି ମତେ କେହି ହରେଈ ପାରିବେ ନାହିଁ ଏହା ଖୁସି ରେ ହୋଇଥାଏ ଦୁଃଖରେ ଏହାର ଓଲଟା ହୋଇଥାଏ ମଣିଷ ନିଜ କ୍ଷୟମତା ଠାରୁ କମ ଭାବିଥାଏ ଆଉ ବହୁତ କମ କରିଥାଏ । ଏହି ଭଳି ରୋଗୀ ନିଜକୁ ହାରିଲା ଭଳି ମନେ କରନ୍ତି ଆଉ କେବେ ଉପରକୁ ଉଠି ପାରିବେ ନାହିଁ ବୋଲି ଚିନ୍ତା କରନ୍ତି । ତେବେ ଏହି ଭଳି ପରିସ୍ଥିତି ରେ ରୋଗୀଙ୍କୁ ଡକ୍ଟର ପାଖକୁ ନବା ବହୁତ ଆବଶ୍ୟକ ହୋଇଥାଏ ଆଉ ତାଙ୍କ ପାଖରେ ଜଣେ ସବୁବେଳେ ଆବଶ୍ୟକ ହୋଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button