ଦେଶ ବିଦେଶ

ସୋନାଲି ଫୋଗଟ ମାମଲା: ସିବିଆଇର ଚର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଅଭିନେତ୍ରୀରୁ ବିଜେପି ନେତ୍ରୀ ହୋଇଥିବା ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ।  ସିବିଆଇ ମଙ୍ଗଳବାର ଦିନ ଦାଖଲ କରିଛି ତାର ଚାର୍ଜସିଟ।  ଗୋଆ କୋର୍ଟରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ସୁଧୀର ସାଙ୍ଗୱାନ ଓ ସୁଖବିନ୍ଦରଙ୍କୁ ଅଭିଯୁକ୍ତ ବୋଲି ସ୍ପଷ୍ଟ କରିଛି ତଦନ୍ତକାରୀ ସଂସ୍ଥା।

ଗୋଆ କର୍ଲିଜ ବାରରେ ସନ୍ଦେହଜନକ ଅବସ୍ଥାରେ ଅଗଷ୍ଟ ୨୨ରେ ସୋନାଲିଙ୍କ ମୃତ୍ୟୁ ହୋଇଥିଲା। ଉଭୟ ଅଭିଯୁକ୍ତ ଡ୍ରଗ୍ସ ଦେଇ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିବାବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଥିଲା ସିବିଆଇ। ୫୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ପୋଲିସର ତଦନ୍ତ ରିପୋର୍ଟକୁ ମଧ୍ୟ ଯାଞ୍ଚ କରିଛି ସିବିଆଇ। ସମସ୍ତ ସାକ୍ଷ୍ୟଙ୍କ  ବୟାନ ରେକର୍ଡ ସହ ପୁଣି ଥରେ ସିନ୍ ରିକ୍ରିଏସନ ମଧ୍ୟ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button