ଦେଶ ବିଦେଶ

ଧକ୍କା ଦେଲା ଟ୍ରକ କାର ଭିତରେ ଜଳିଗଲେ ବିଜେପି ନେତ୍ରୀ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କାର ଓ ଟ୍ରକ ଦୁର୍ଘଟଣାରେ ଜଣେ ବିଜେପି ନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ବିଜେପି ନେତ୍ରୀଙ୍କ ନାମ ସରିତା ସିଂହ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତସୋମବାର ରାତିରେ ନୁରପୁରରୁ ମୁରାଦାବାଦକୁ ଫେରୁଥିବା ବେଳେ  ମହିଳା ବିଜେପି ନେତ୍ରୀ ସରିତା ସିଂହଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସରିତା ନିଜେ କାର ଚଲାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ବିଜେପି ନେତ୍ରୀଙ୍କ କାରରେ ନିଆଁ ଲାଗିଯାଇଥିଲା।

ଫଳରେ କାର ଭିତରେ ଥିବା ବିଜେପି ନେତ୍ରୀ ସରିତା ସିଂହ ବାହାରକୁ ବାହାରି ନପାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ବିଜେପି କର୍ମକର୍ତ୍ତାଙ୍କ ମହଲରେ ଶୋକରଛାୟା ଖେଳିଯାଇଛି। ସରିତାଙ୍କ ଏଭଳି ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।  ବହୁ ଚେଷ୍ଟା କରିବା ପରେ ଆହତ ବିଜେପି ନେତ୍ରୀଙ୍କୁ କାର ଭିତରୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ସରିତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଫେରାର ଟ୍ରକ ଚାଳକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏଥିସହିତ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବେ‌ାଲି ପୁଲିସ ସୂଚନା ‌ଦେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button