ଦେଶ ବିଦେଶ

ଯବାନ ସହିଦ ହେବା ଦିନ ବିଜେପି କାହିଁକି ଉତ୍ସବ ପାଳନ କଲା, କଂଗ୍ରେସ ପଚାରିଲା ପ୍ରଶ୍ନ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀର ସଫଳତା ପରେ ଗତକାଲି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ସେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ‌ଯୋଗଦେବାକୁ ଆସିଥିଲେ, ଯେଉଁଠି ଚଳିତବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକ ଉପରେ ବିଚାରବିମର୍ଶ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଗୋଲାପ ଫୁଲ ଦେଇ ସ୍ବାଗତ ଜଣାଇଥିଲେ। ଏହି ସମୟରେ ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ରହି ଫୁଲବର୍ଷା କରିଥିଲେ |

ଆଉ ଏବେ ଏହି ଘଟଣାକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ (I.N.D.I.A) ର ପକ୍ଷରୁ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କୁହାଯାଇଛି ଯେ ଯେଉଁ ଦିନ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ତିନିଜଣ ସହିଦ ହୋଇଥିଲେ, ସେଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବିଜେପି ଉତ୍ସବର ଆୟୋଜନ କରିଥିଲା | ଏହି ଉତ୍ସବକୁ ଦିନେ କିମ୍ବା ଦୁଇ ଦିନ ସ୍ଥଗିତ କରାଯାଇପାରିଥାନ୍ତା।

ଏହାକୁ ନେଇ କଂଗ୍ରେସ ନେତା ପବନ ଖେଡା ଟ୍ୱିଟ କରି ଲେଖିଛନ୍ତି ଯେ ଯେଉଁସମୟରେ ଆମର ଯବାନମାନେ ସହିଦ ହେଉଥିଲେ, ସେହି ସମୟରେ ବିଜେପି ମୁଖ୍ୟାଳୟରେ ବାଦଶାହଙ୍କ ପାଇଁ ଉତ୍ସବର ଆୟୋଜନ କରାଯାଇଥିଲା | ଏଥିରୁ ଗୋଟିଏ କଥା ହିଁ ସ୍ପଷ୍ଟ, ଯାହା ବି ହେଇଯାଉ, ବାଦଶାହଙ୍କ ସ୍ୱାଗତ ପାଇଁ ବିଜେପି ସବୁକିଛି କରିପାରିବ | ଉଲ୍ଲେଖ ଥାଉ କି ଗତକାଲି ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ‌ରେ ଗୁଳି ବିନିମୟ ହୋଇ ସେନାର ଜଣେ କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସ୍‌ପି ସହିଦ ହୋଇଯାଇଥିଲେ |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button