ଅଭିନୟରୁ ବିରତି ନେବାର ସୂଚନା ଦେଇ ଏଭଳି ପ୍ରତିକ୍ରିୟା ଦେଲେ ରଣବୀର – Utkal Mail
ନୂଆଦିଲ୍ଲୀ: ବଲିଉଡ କଳାକାର ରଣବୀର କପୁର ନିକଟରେ ବାପା ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ବାପା ହେବା ଦିନ ଠାରୁ ରଣବୀରଙ୍କ ଦାୟିତ୍ବ ଅଧିକ ବଢ଼ି ଯାଇଛି ବୋଲି ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅଭିନେତା କହିଥିଲେ।
ନିକଟରେ ରଣବୀର କହିଛନ୍ତି କି, ‘ମୁଁ ସିନେମା ଦୁନିଆରୁ ୬ମାସ ପାଇଁ ବିରତି ନେବି। ଆଉ ଏହି ସମୟକୁ ମୁଁ ମୋର ଝିଅ ରାହା ଓ ପରିବାର ସହିତ ବିତାଇବି। କାରଣ କାମ କାମ ପାଇଁ ମୁଁ ମୋ ପରିବାରକୁ ସମୟ ଦେଇ ପାରୁ ନାହିଁ। ଆଉ ମୋ ପରୀ ରାହା ବି ଦିନକୁ ଦିନ ବଡ଼ ହେଉଛି। ତାର ଏହି ସମୟରେ ମୁଁ ତା’ପାଖରେ ରହିବାକୁ ଚାହୁଁଛି। କାରଣ ସେ ପାଠପଢ଼ିଲେ ସ୍କୁଲ ଗଲେ ତା ସହିତ ଏହି ମଜାଳିଆ ମୁହୂର୍ତ୍ତ କାଟିବାକୁ ସମୟ ମିଳିବ ନାହିଁ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ସ୍ତ୍ରୀ ଆଲିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜିଗ୍ରା’ ପାଇଁ ବ୍ୟସ୍ତ ଅଛନ୍ତି। ଆଗକୁ ବି ସୁଟିଂରେ ବ୍ୟସ୍ତ ହୋଇଯିବେ । ତେଣୁ ଆଲିଆଙ୍କ ଅନୁପସ୍ଥିତିରେ ମୁଁ ଝିଅ ପାଖରେ ରହିବାକୁ ଚାହେଁ। ତାର ସମସ୍ତ ଦାୟିତ୍ବ ମୁଁ ନେବାକୁ ଚାହେଁ। ଜଣେ ଭଲ ବାପା ହେବା ପାଇଁ ଚେଷ୍ଟା କରୁଛି।’
ରଣବୀରଙ୍କ ପେସାଗତ ଜୀବନ କଥା କହିବାକୁ ଗଲେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ।