ଦେଶ ବିଦେଶ

ଏଫ୍‌ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ

ନୂଆଦିଲ୍ଳୀ:  ଏଫ୍‌ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ ।  ହେଲେ ସେ ଯେପରି ଭାବେ ଶପଥ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେତେବେଳେ ସେ ଶପଥ ନେବା ପାଇଁ ପହଞ୍ଚିଥିଲେ ସେତେବେଳେ ତାଙ୍କ ହାତରେ ଭଗବତ ଗୀତା ରହିଥିଲା ।  ଶପଥ ନେବା ବେଳେ ସେ  ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ସେ ଶପଥ ନେଲା ବେଳେ ତାଙ୍କ ପରିବାର ତାଙ୍କ ନିକଟରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ପରିବାର ସଦସ୍ୟ ଆଗଧାଡ଼ିରେ ବସିଥିଲେ।

ନବମ ଏଫ୍‌ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି। ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ । କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button