ଓଡିଶା

ମାଲକାନଗିରି ଗିରିକାନପାଲ୍ଲୀ ଗାଁ ପାଇଁ ଅଭିଶାପ, ଗାର୍ଡ଼ଓ୍ଵାଲ ନିର୍ମାଣ ନହେଲେ ଗାଁକୁ ଗିଳିଦେବ ପଟେରୁ ନଦୀ

ଦୁଃଖ ଏମିତି ଯେ ଏବେ ଆଉ ପ୍ରାର୍ଥନା ବି କାମ କରୁନି । ସତେ ଯେମିତି ଭଗବାନ ବି ମୁହଁ ଫେରାଇ ନେଇଛନ୍ତି ଏହି ଗାଁରୁ । ପଟେରୁ ନଦୀ ଏହି ଗାଁ ପାଇଁ ପାଲଟିଛି ଅଭିଶାପ । ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଲେ ସୁଦ୍ଧା କେହି ମଧ୍ୟ କର୍ଣ୍ଣପାତ କରୁନଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l

Kalimela_Floodମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ଗିରିକାନପାଲ୍ଲୀ ଗାଁ । ପଟେରୁ ନଦୀ କୂଳରେ ଥିବା ଏହି ଗାଁରେ ୭୦ଟି ପରିବାରର ୩୦୦ ଲୋକ ବସବାସ କରନ୍ତି l ଏହି ପଟେରୁ ନଦୀ ହିଁ ସେମାନଙ୍କୁ ପାଣି ଯୋଗାଇଥାଏ । ହେଲେ ଏହି ନଦୀ ଏବେ ସେମାନଙ୍କ ପାଇଁ ବିପଦ ସାଜିଛି । ଏଠାରେ ଏକ ବିରାଟ ଗାତ ହୋଇ ଗାଁକୁ ଗିଳିବାକୁ ବସିଲାଣି । ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ତଥା ରାଜନେତା ଠାରୁ ଆରମ୍ଭ କରି ସମସ୍ତେ ଏହି ଜାଗାରେ ପହଞ୍ଚି ବାସ୍ତବତା କଣ ତାହା ଦେଖିଥିଲେ । ନଦୀ କୂଳରେ ଏକ ଗାର୍ଡ଼ଓ୍ଵାଲତିଆରି କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ସେସବୁ କେବଳ କଥାରେ ହିଁ ରହିଯାଇଛି ।

କିଛି ବର୍ଷ ପୂର୍ବେ ନଦୀ କୂଳରେ ଏକ ଗାର୍ଡ଼ଓ୍ଵାଲ ତିଆରି ହୋଇଥିଲା । ତାହା ଭାଙ୍ଗିଯାଇ ସେଠାରେ ଗାତ ହୋଇଗଲାଣି l ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ନଦୀ କୂଳରେ ଏକ ସ୍କୁଲ ମଧ୍ୟ ଅଛି । ସ୍କୁଲ ଭିତରକୁ ପାଣି ନପଶିବା ପାଇଁ ଏହିଗାର୍ଡ଼ଓ୍ଵାଲ ତିଆରି ହୋଇଥିଲା । ତାହା ଭାଙ୍ଗିଯାଇ ଏହି ବିରାଟ ଗାତ ହୋଇଯାଇଛି l ୨୦୦୬ ମସିହାରେ ଏକ ବଡ଼ ବନ୍ୟା ହୋଇଥିଲା । ଗାଁ ଭିତରକୁ ପାଣି ଆସିଥିଲା l ଲୋକଙ୍କ ଘରେ ମଧ୍ୟ ପଶିଥିଲା ବନ୍ୟା ପାଣି । ଏହି କାରଣରୁ ବର୍ଷା ସମୟରେ ପ୍ରାୟ ୭୦ଟି ପରିବାର ଘରଛାଡି ବାହାରକୁ ଯିବାକୁ ସଂଘର୍ଷ କରିଥାନ୍ତି l ତୁରନ୍ତ ଏଠାରେ ଗାର୍ଡ଼ଓ୍ଵାଲର ବ୍ୟବସ୍ଥା କରାନଗଲେ ଆଗାମୀ ବର୍ଷା ଋତୁରେ ବଡ଼ ସମସ୍ୟାର ସାମନା କରିବେ ଏହି ଗାଁ ଲୋକେ ।

riverଏ ସମ୍ପର୍କରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିଥିଲୁ । ହେଲେ ସେ କିଛି କହିବାକୁ ମନା କରି ଦେଇଥିଲେ ।
ସରକାର ପଛୁଆ ଅଞ୍ଚଳ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ଏ ବାବଦରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ଯଦି ଏଠାକାର ପ୍ରଶାସନର ସୁଦୃଷ୍ଟି ପଡ଼ନ୍ତା ତେବେ ଗୋଟିଏ ଗାର୍ଡେଓ୍ଵଲ ପାଇଁ ଗୋଟିଏ ଗାଁ ବଞ୍ଚି ଯାଆନ୍ତା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button