ବିଚାର

ସମ୍ବନ୍ଧ ବନେଇବା ସମୟରେ କାହାକୁ ଅଧିକ ଭଲ ଲାଗିଥାଏ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସମ୍ବନ୍ଧ ବନେଇବା ସମୟରେ ସ୍ତ୍ରୀ ବା ପୁରୁଷ କାହାକୁ ଅଧିକ ଆନନ୍ଦ ଆସିଥାଏ। ଆସନ୍ତୁ ମହାଭାରତରେ ବର୍ଣ୍ଣିତ କଥା ବିଷୟରେ ଜାଣିବା। ଥରେ ପାଣ୍ଡୁ ପୁତ୍ର ଯୁଧିଷ୍ଠିର ତାଙ୍କର ପିତାମହ ଭୀଷ୍ମଙ୍କ ପାଖକୁ ଗଲେ। ପିତାମହ ତାଙ୍କୁ ଦେଖି କହିଲେ, ଯୁଧିଷ୍ଠିର କଣ ତୁମେ ଚିନ୍ତିତ ଲାଗୁଛ? କେଉଁ ଦୁବିଧାରେ ତୁମେ ଅଛ? ସେ କହିଲେ ପିତାମହ ମୋତେ ସତ୍ ମାର୍ଗ ପ୍ରଦର୍ଶନ କରନ୍ତୁ।

ତାପରେ ଭୀଷ୍ମ ପିତାମହ ଗୋଟେ କାହାଣୀ କହିଲେ। ଜଣେ ସୁଖୀ ରାଜା ଥିଲେ ଏବଂ ତାଙ୍କ ପ୍ରଜା ସର୍ବଦା ସୁଖରେ ବାସ କରୁଥିଲେ। କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲେ। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ରାଜା ଗୋଟେ ଯଜ୍ଞ ଅନୁଷ୍ଠାନ କଲେ। ଏହି ଯଜ୍ଞ କେବଳ ଅଗ୍ନି ଦେବଙ୍କୁ ସମର୍ପିତ ଅଟେ। ଏହା ଦେଖୁ ଭଗବାନ ଇନ୍ଦ୍ର କ୍ରୋଧିତ ହୋଇ ଗଲେ। ତାପରେ ଥରେ ରାଜା ଜଙ୍ଗଲକୁ ଗଲେ ଓ ଦେବରାଜ ଇନ୍ଦ୍ର ତାଙ୍କ ଉପରେ ସମ୍ମୋହନ ମନ୍ତ୍ର ପ୍ରୟୋଗ କଲେ।

ରାଜା ନିଜ ସୈନ୍ୟ ସାମନ୍ତକୁ ଛାଡ଼ି ଜଙ୍ଗଲ ମଧ୍ୟକୁ ପ୍ରବେଶ କଲେ ଏବଂ ରାଜାଙ୍କୁ ବହୁତ ଶୋଷ ଲାଗି ଥିଲା। ସେ ଗୋଟେ ପୋଖରୀ ଦେଖିଲେ ତାପରେ ସେହି ପୋଖରୀ ଭିତରକୁ ପ୍ରବେଶ କଲେ। ପୋଖରୀ ଭିତରୁ ବାହାରି ରାଜା ସ୍ତ୍ରୀ ରୂପରେ ପରିବର୍ତ୍ତନ ହୋଇଗଲେ। ତାପରେ ରାଜା ଏହିସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ କି, ଏହିସବୁ କେଉଁ କର୍ମର ଫଳ ଅଟେ। ତାପରେ ରାଜା ବିଳାପ କରିବାକୁ ଲାଗିଲେ।

ସ୍ତ୍ରୀ ରୂପୀ ରାଜା ବଣରେ ଜଣେ ତପସ୍ୱୀଙ୍କୁ ପାଖରେ ରହିଲେ। କିଛି ବର୍ଷ ପରେ ସେ ତପସ୍ୱୀଙ୍କର ଅନେକ ପୁତ୍ରଙ୍କୁ ଜନ୍ମ ଦେଲେ। ପୁତ୍ର ବାସ ହେବା ପରେ ସ୍ତ୍ରୀ ରୂପୀ ରାଜା ତାଙ୍କ ନିଜ ରାଜ୍ୟକୁ ଯାଇ ନିଜ ପୁତ୍ର ମାନଙ୍କୁ ସବୁକଥା କହିଲେ। ଏହା ଦେଖି ଦେବରାଜ ଇନ୍ଦ୍ର ଭାବିଲେ କି, ଏହି ରାଜା ବହୁତ ଅପମାନ ପାଇ ମଧ୍ୟ ସୁଖରେ ରହିଛନ୍ତି। ତାପରେ ଦେବରାଜ ଇନ୍ଦ୍ର କ୍ରୋଧିତ ହୋଇ ବ୍ରାହ୍ମଣ ବେଶରେ ଏଭଳି ପରିସ୍ଥିତି ଉତ୍ପନ୍ନ କଲେ କି ତାଙ୍କ ପୁତ୍ର ମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପର୍ଯ୍ୟନ୍ତ ପରିସ୍ଥିତି ଜଟିଳ ହୋଇଗଲା।

ଯାହାଦ୍ଵାରା ରାଜା ନିଜ ପୁତ୍ର ମାନଙ୍କୁ ବଞ୍ଚାଇବା ପାଇଁ ଦେବରାଜ ଇନ୍ଦ୍ରଙ୍କ ପାଖରେ ଗୁହାରୀ କଲେ ଏବଂ କହିଲେ ହେ ପ୍ରଭୁ ମୋର ସ୍ତ୍ରୀ ରୂପରେ ଯେଉଁ ପୁତ୍ର ସନ୍ତାନ ଜାର ହୋଇଥିଲେ ସେଥିମଧ୍ୟରୁ କୌଣସି ଜଣଙ୍କୁ ଜୀବିତ କରି ଦିଅନ୍ତୁ। ସ୍ତ୍ରୀର ପ୍ରେମ ସବୁଠାରୁ ସଚ୍ଚୋଟ ଓ ସତ୍ୟ ଅଟେ। ସ୍ତ୍ରୀ ଚାହିଁଲେ ଦୁର୍ଗା ହୋଇ ସଂଘାର କରିବ ଏବଂ ସ୍ତ୍ରୀ ହିଁ ସ୍ନେହମୟୀ ହୋଇ ସନ୍ତାନର ପାଳନ ପୋଷଣ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button