ଦେଶ ବିଦେଶ

ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ମସାଜ୍ କରିଥିବା ବ୍ୟକ୍ତି ଜଣେ ବଳାତ୍କାର ଅଭିଯୁକ୍ତ

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ୍ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍)ର ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜେଲ ସୂତ୍ରରୁ ପ୍ରକାଶ ଯେ ମନ୍ତ୍ରୀଙ୍କୁ ମାଲିସ୍ କରିଥିବା ଜନୈକ ବ୍ୟକ୍ତି ଜଣେ ବଳାତ୍କାର ଅଭିଯୁକ୍ତ । ସତ୍ୟନ୍ଦ୍ର ଜୈନଙ୍କ ମସାଜ୍ କରିଥିବା ବ୍ୟକ୍ତି ହେଉଛନ୍ତି ଜଣେ କଏଦୀ ଓ ତାଙ୍କ ନାମ ତାରାଚାନ୍ଦ। ବଳାତ୍କାର ମାମଲାରେ ସେ ଗିରଫ ହୋଇ ଜେଲରେ ଅଛନ୍ତି ‌। ତାଙ୍କ ବିରୋଧରେ ପକ୍ସୋ ଓ ଆଇପିସିର ବିଭିନ୍ନ ଧାରା ଲାଗିଛି ।

ଦିଲ୍ଲୀର ତିହାର ଜେଲରୁ ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଏକ ଭିଡିଓ ନିକଟରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସତ୍ୟନ୍ଦ୍ର ଜୈନଙ୍କୁ ଜଣେ ପାଦ ମାଲିସ୍ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଜଣାପଡ଼ୁଛି ଯେ ସେ ଏକ ବେଡ୍ ରେ ଶୋଇଛନ୍ତି ଏବଂ ବ୍ୟକ୍ତି ଜଣକ ତାଙ୍କ ହାତ ଏବଂ ପାଦ ମସାଜ୍ କରୁଛନ୍ତି |

ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ମସାଜ୍ ଭିଡ଼ିଓ ଭାଇରାଲ ହେବା ପରେ ବିଜେପି ଆପକୁ ଘେରିଥିଲା । ବିଜେପି ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓକୁ ପାଥେୟ କରି ବିଜେପି କହିଛି ଯେ ଆମ୍ ଆଦମୀ ପାର୍ଟି ଏକ ସ୍ପା ଏବଂ ମସାଜ ପାର୍ଟି ପାଲଟିଛି। ଜେଲରେ ଜୈନଙ୍କୁ ଦିଆଯାଉଥିବା ଭିଆଇପି ସୁବିଧାର ଯଥାର୍ଥତାର‌ କେଜ୍ରିୱାଲ ଜବାବ୍ ଦିଅନ୍ତୁ ବୋଲି ବିଜେପି ଦାବି କରିଥିଲା । ତେବେ ଆପ୍ କହିଥିଲା ଯେ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ୍ ନୁହେଁ ବରଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଫିଜିଓ ଥେରାପି ଚିକିତ୍ସା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button