ବିଚାର

ବିବାହିତା ମହିଳାଙ୍କୁ କେବେବି କାହା ସହ ଏହି ଜିନିଷ ଗୁଡିକ ବାଣ୍ଟିବା ଉଚିତ ନୁହଁ ! ନଚେତ

ଆଜି ଆମେ ବିବାହିତା ମହିଳାଙ୍କୁ କିଛି ବିଶେଷ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ବାଣ୍ଟିବା ଉଚିତ ନୁହଁ । ସବୁ ସ୍ତ୍ରୀମାନଙ୍କ ପାଇଁ ତାଙ୍କ ସ୍ଵାମୀ ଭଲ ପାଇବା ତାଙ୍କ ପାଇଁ ସବୁ ଠାରୁ ମହତ୍ଵପୂର୍ଣ ହୋଇ ଥାଏ, ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ବାଣ୍ଟିଲେ ଆପଣଙ୍କ ହାନି ହୋଇ ଥାଏ । ତେବେ ଆସନ୍ତୁ ବିସ୍ତାର ରେ ଜାଣିବା କେଉଁ ଜିନିଷ ବାଣ୍ଟିବା ଉଚିତ ନୁହ ।

ଏହି ସବୁ ଜିନିଷ ବାଣ୍ଟିବା ଉଚିତ ନୁହେଁ

– ସର୍ବ ପ୍ରଥମ ଜିନିଷ ସିନ୍ଦୁର ଅଟେ, ନିଜ ସିନ୍ଦୁର ଲଗଉଥିବା ଡବା କାହାକୁ କେବେ ବି ଦିଅନ୍ତୁ ନାହିଁ ଏହା ଛଡା କେବେ ବି କାହା ସାମ୍ନା ରେ ସଜ ହୁଅନ୍ତୁ ନାହିଁ ସବୁବେଳେ ଏକୁଟିଆ ରେ ସଜ ହୁଅନ୍ତୁ । ଏହା ଛଡା ଯେତେବେଳେ ବି ସିନ୍ଦୁର ମଥାରେ ଲଗାଉଛନ୍ତି ମଥାରେ ଓଢଣା ଦେଇ ସିନ୍ଦୁର ଲଗାନ୍ତୁ । ନିଜ ସିନ୍ଦୁର ଡବାରୁ କାହାକୁ ସିନ୍ଦୁର ଲଗେଇବା ପାଇଁ ଦିଅନ୍ତୁ ନାହିଁ, କେତେ ଥର ଘରେ ଅଲଗା ମହିଳାମାନେ ଆପଣଙ୍କ ସିନ୍ଦୁର ଡବାରୁ ସିନ୍ଦୁର ଲଗାନ୍ତି ଏହା ଉଚିତ ନୁହଁ ।

– ଏହା ଛଡା ଆଖି ରେ ଲଗଉଥିବା କାଜଲ ମଧ୍ୟ କାହାକୁ ଦିଅନ୍ତୁ ନାହିଁ, ଏହାର ସବୁ ଠାରୁ ବଡ କାରଣ ଏହା ଯେ କାହା ଆଖିରେ ଇନଫେକସନ ହେଇ ଥିଲେ ତାହା ଆପଣଙ୍କୁ ମଧ୍ୟ ହୋଇ ପରେ ବା ଯଦି ଆପଣଙ୍କୁ ଇନଫେକସନ ହୋଇ ଥିବ ତେବେ ଅନ୍ୟ କାହାକୁ ମଧ୍ୟ ହୋଇ ଯିବ । ଏମିତି ମଧ୍ୟ ଲୋକ ମାନନ୍ତି ଯେ କାଜଲ କାହା ସହ ବାଣ୍ଟିଲେ ସ୍ଵାମୀଙ୍କ ଭଲ ପାଇବା କମି ଯାଏ ।

– ଯଦି କୌଣସି ଉତ୍ସବ ବା ପର୍ବ ସମୟ ରେ କେହି ଆପଣଙ୍କୁ ବିନ୍ଦି ମାଗନ୍ତି ତେବେ ନିଜ ମଥା ବିନ୍ଦି କାଢି କେବେ ବି କାହାକୁ ଦିଅନ୍ତୁ ନାହିଁ ଅନ୍ୟ ନୂଆ ବିନ୍ଦି ଦେଇ ଦିଅନ୍ତୁ କିନ୍ତୁ ନିଜ ବିନ୍ଦି କାଢି କାହାକୁ ବିନ୍ଦି ଦିଅନ୍ତୁ ନାହିଁ ଏହା ଉଚିତ ନୁହଁ ।

– ଗୋଡ ମୁଦି କାହାକୁ ଦବା ଉଚିତ ନୁହ ଯଦି ଆପଣଙ୍କ ଘର ଶାଶୁ ବା ନଣନ୍ଦ ବା ଜା ଆପଣଙ୍କୁ ଗୋଡ ମୁଦି ମାଗନ୍ତି ତେବେ ତାଙ୍କୁ ସେହି ପରି ଅନ୍ୟ କିଣିକି ଦେଇ ଦିଅନ୍ତୁ କିନ୍ତୁ ନିଜ ଗୋଡ ମୁଦି କେବେ କାହାକୁ ଦିଅନ୍ତୁ ନାହିଁ ଏହା ଆପଣଙ୍କ ଜୀବନ ଖରାପ କରି ପାରେ ସେଥିପାଇଁ କେବେ ଏହି ଜିନିଷ ଗୁଡିକ କାହାକୁ ଦିଅନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button