ସ୍ୱାସ୍ଥ୍ୟ

ଏହି ଚା’ ବ୍ୟବସାୟୀଙ୍କ ସଫଳତାର କାହାଣୀ ସବୁ ଯୁବାପିଢୀଙ୍କ ପାଇଁ ସାଜିଲା ଉଦାହରଣ, ପୁରା କାହାଣୀ ପଢିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । କେତେକ ମଣିଷ ନିଜ ଜୀବନରେ ସଫଳତା ହାସଲ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ହେଲେ ସେମାନେ ନିଜ ଜୀବନରେ ସଫଳତା ହାସଲ କରିପାରନ୍ତି ନାହିଁ ।

ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି । ବନ୍ଧୁଗଣ କଥାରେ ଅଛି ଯେଉଁ କାମ କରିଲେ ଆତ୍ମ ସନ୍ତୁଷ୍ଟି ମିଳେ ସେହି କାମ ହିଁ ମଣିଷକୁ ଆଗକୁ ବଢିବା ପାଇଁ ସହାୟକ ହୋଇଥାଏ । ଏହାର ଏକ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଦୁଇ ସାଙ୍ଗ । ବାପା ମା ଚାହୁଁ ଥିଲେ ପୁଅ ପାଠ ପଢି କଲେକ୍ଟର ହେଉ ହେଲେ ପୁଅ ପାଲଟିଗଲେ ଚାହା ବିକାଳି ।

ବର୍ତ୍ତମାନ ସେ ଚାହା ବ୍ୟବସାୟ କରି କୋଟିପତି ହୋଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଯୁବକ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ମଧ୍ୟ ପ୍ରଦେଶର ଅନୁଭବ ଦୁବେଙ୍କ ବାପା ମା ପୁଅକୁ ଉଚ୍ଚ ଶିକ୍ଷା ଦେବା ପାଇଁ ଗାଁରୁ ବହୁତ ଦୂର ଇନ୍ଦୋରକୁ ପଠାଇ ଦେଲେ ।

ଇନ୍ଦୋରରେ ଆନନ୍ଦ ନାୟର ନାମକ ଏକ ଯୁବକଙ୍କ ସହ ଅନୁଭବ ସାକ୍ଷାତ କରି ବନ୍ଧୁତା ସ୍ଥାପନ କରିଥିଲେ । କିଛି ଦିନ ପର୍ଯ୍ୟନ୍ତ ଏହି ଦୁଇଜଣ ଏକା ସହ ପାଠ ପଢିଲେ ହେଲେ ଆନନ୍ଦ ପାଠ ପଢା ଛାଡି ନିଜର ଏକ ବନ୍ଧୁଙ୍କ ସହ ବ୍ୟବସାୟ କରିଥିଲେ । ଅନ୍ୟ ପକ୍ଷରେ ଅନୁଭବଙ୍କୁ ତାଙ୍କ ବାପା ମା ୟୁପିଏସିର ପାଠ ପଢା ପାଇଁ ଦିଲ୍ଲୀ ପଠାଇ ଥିଲେ । ଏଥିମଧ୍ୟରେ ଅନେକ ଦିନ ବୀତି ଯାଇଥିଲା । ଗୋଟେ ଦିନ ଅନୁଭବଙ୍କ ପାଖକୁ ଆନନ୍ଦଙ୍କ ଫୋନ କଲ୍ ଆସିଲା ।

ଦୁଇ ସାଙ୍ଗ ବହୁତ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । ସେହି କଥାବାର୍ତ୍ତା ମଧ୍ୟରେ ଆନନ୍ଦ ଅନୁଭବଙ୍କ ସହ ମିଶି ଏକ ବିଜନେସ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବରେ ଅନୁଭବ ରାଜି ହୋଇଯାଇଥିଲେ । ଏହାପରେ ଦୁଇଜଣ ଚିନ୍ତା କରିଲେ ପାଣିକୁ ଛାଡି ଦେଶରେ ଅଧିକାଂଶ ଲୋକ ଚାହା ପୀଇବା ପାଇଁ ପସନ୍ଦ କରୁଛନ୍ତି ।

ଆଗକୁ ଚାହାର ଚାହିଦା ବଢିବାର ମଧ୍ୟ ସମ୍ଭାବନା ରହିଛି । ଏହି ବ୍ୟବସାୟକୁ ଆରମ୍ଭ କରିବା ପାଇଁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡିବ ନାହିଁ । ଏହି ସବୁ ଚିନ୍ତାଧାରାକୁ ଦ୍ରୁଷ୍ଟିରେ ରଖି ଦୁଇ ସାଙ୍ଗ ୩ ଲକ୍ଷ ଟଙ୍କା ବ୍ୟୟ କରି କିଛି ସେକେଣ୍ଡ ହାଣ୍ଡ ଫର୍ନୀଚରରେ ଇନ୍ଦୋରରେ ଏକ ଚାହା ଦୋକାର ଆରମ୍ଭ କରିଲେ ।

ସେତେବେଳେ ଅନୁଭବ ଓ ଆନନ୍ଦଙ୍କ ପରିବାର ଲୋକ ମଧ୍ୟ ସେହି ଚାହା ଦୋକାନ ପାଇଁ ସମର୍ଥନ ଦେଉ ନଥିଲେ । ହେଲେ ଧୀରେ ଧୀରେ ଦୋକାନ ବଡ ହୋଇଗଲା ଓ ବର୍ତ୍ତମାନ ୧୫ଟି ରାଜ୍ୟରେ ଚାହା ସୁଟା ବାର ନାମକ ଏମାନଙ୍କ ବିଜନେସ ଚାଲିଛି । ବର୍ଷକୁ ପାଖା ପାଖି ୧୦୦ କୋଟି ଟଙ୍କାର ଟର୍ନଓଭର ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button