ଜୀବନଶୈଳୀ

ହେ ଭଗବାନ ମୁଁ କି ଭୁଲ କରିଛି, ମତେ କାହିଁକି ଏମିତି କଷ୍ଟ ଦେଉଛ, ଆଉ କଷ୍ଟ ଦିଅନି Suakant ଭାଇ ପରିବାରକୁ… ଦେଖନ୍ତୁ କଣ କହୁଛନ୍ତି Rani Panda

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି ଜାଣିଥିବେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାରରେ ଦୁର୍ଘଟଣା ହୋଇ ମୃତ୍ୟୁ ହୋଇଥିବା ସୁକାନ୍ତଙ୍କ ସମ୍ପର୍କରେ । କିନ୍ତୁ ଏବେ ଆଉ ଏକ ବଡ ଦୁଃଖର ପାହାଡ ଛିଡି ପଡିଛି ରାଣୀ ପଣ୍ଡାଙ୍କ ମୁଣ୍ଡରେ । ମାସେ ପୂର୍ବରୁ ମୃତ୍ୟୁ ବରଣ କରିଥିବା ସୁକାନ୍ତଙ୍କ 3 ବର୍ଷର ପୁଅର ଏବେ ମୃତ୍ୟୁ ହୋଇସାରିଛି । ଏହି ଘଟଣା ଘଟିବା ପରେ ରାଣୀ ସୁକାନ୍ତଙ୍କ ପରିବାରକୁ କଣ ପ୍ରତିସୂତି ଦେଇଛନ୍ତି ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ରାଣୀ ପଣ୍ଡାଙ୍କ କାରରେ ଦୁର୍ଘଟଣା ଘଟି ଏଭଳି ଏକ ଘଟଣା ଘଟିବା ପରେ ରାଣୀ ପଣ୍ଡା ସୁକାନ୍ତଙ୍କ ପିଲାଙ୍କ ପଠା ପଢା ଖର୍ଚ ବହନ କରିବା ସହ ତାଙ୍କ ଝିଅ ନାଁରେ କିଛି ଟଙ୍କା ଫିକ୍ସ ଡିପୋଜିଟ କରିବା ପାଇଁ କହିଥିଲେ । ସୁକାନ୍ତଙ୍କ ମୃତ୍ୟୁ ପାଇଁ ସେ ବହୁତ ମର୍ମାହତ ହୋଇଥିବା ମଧ୍ୟ କହିଛନ୍ତି । ଏହି ଘଟଣାକୁ ମାସେ ବିତିଛି କି ନାହି ନିଷ୍ପାପ ଶିଶୁଟି ଦୁନିଆ ଦେଖିନଥିବା ମୃତ ସୁକାନ୍ତଙ୍କ ପୁଅ ତତଲା ପେଜରେ ପଡି ମୃତୁବରଣ କରିଛି ।

ଏହି ଖବର ରାଣୀ ପଣ୍ଡା ପାଇବା ପରେ ବହୁତ ଦୁଃଖ ଅନୁଭବ କରିଛନ୍ତି । କେଉଁଠି ନା କେଉଁଠି ସେ ଏଥିପାଇଁ ନିଜକୁ ଦୋଷୀ ମନେ କରି କ୍ଷମା ନିଜକୁ କରିପାରୁନାହାନ୍ତି । ତାଙ୍କ ପରିବାରର ଏହି ଦୁଃଖ ସମୟରେ ରାଣୀ ତାଙ୍କ ସାଙ୍ଗରେ ଠିଆ ହୋଇଛନ୍ତି । ଦେଇଥିବା ପ୍ରତିସୂତିକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି । ରାଣୀ କହିଛନ୍ତି କି ତାଙ୍କ ପୁଅ ଜୀବିତ ଥିଲେ ସେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପାଠ ପଢା ପାଇଁ ଦେଇଥାନ୍ତେ ।

ବାକି ଝିଅ ପାଇଁ କିଛି ଟଙ୍କା ଫିକ୍ସ ଡିପୋଜିଟ କରିଥାନ୍ତେ । ରାଣୀ କହିଛନ୍ତି ଯେହେତୁ ପୁଅଟି ଚାଲିଗଲା ପୁଅ ପାଇଁ ତ ଆଉ କିଛି କରିପାରିବି ନାହି  । ଏହା ତ ଭଗବାନଙ୍କ ହାତର କଥା ମୁଁ ତ ଆଉ ତାଙ୍କ ପୁଅକୁ ମାରି ଦେଇନି ଏହି କଥା ରାଣୀ ପଣ୍ଡା କହି ବହୁତ ଦୁଃଖ ପ୍ରକାଶ କରିଛନ୍ତି । ତେଣୁ ଝିଅ ପାଇଁ ଯାହା ସେ  ପ୍ରତିସୂତି ଦେଇଥିଲେ ତାହା ସେ କରିବେ ବୋଲି କହିଛନ୍ତି ।

ଏହି କଥା ସମ୍ପର୍କରେ ସେ ସୁକାନ୍ତଙ୍କ ଗ୍ରାମର ସରପଞ୍ଚଙ୍କୁ ମଧ୍ୟ ଜଣାଇଛନ୍ତି । ରାଣୀ କହିଛନ୍ତି କି ନିଜେ କଷ୍ଟ କରି ରୋଜଗାର କରୁଥିବା ଟଙ୍କାର 50 ପ୍ରତିଶତ ସେ ଗାରିବ ଲୋକମାଙ୍କର ସହାୟତା ପାଇଁ ପ୍ରଦାନ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button