ସାହାଯ୍ୟ ପାଇଁ ନେହୁରା ହେଉଥିଲେ ମହିଳା, କିନ୍ତୁ ରୁମ୍ ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଲେ ଦୁର୍ବୁତ୍ତ…

ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ସମୟରେ ଅପରାଧ ଦୁନିଆର ରାଜଧାନୀ ପାଲଟି ଗଲାଣି ବୋଲି କେହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାୟ ପ୍ରତିଦିନ ଏଠାରେ ହତ୍ୟା, ଡକାୟତି ଭଳି ମାମଲା ସାମ୍ନାକୁ ଆସୁଛି। କେବଳ ସେତିକି ନୁହେଁ ବରଂ ବଳାତ୍କାର ପରି ମହିଳା ମାନଙ୍କ ଉପରେ ନିର୍ଯ୍ୟାତନାର ଅନେକ ଚିତ୍ର ମଧ୍ୟ ଏଠାରେ ସାମ୍ନାକୁ ଆସୁଛି।
ପୂର୍ବରୁ ଏଭଳି ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସିଥିବା ବେଳେ ଏବେ ଏଭଳି ହିଁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ଆଗ୍ରା ସ୍ଥିତ ଏକ ହୋଟେଲରେ ଜଣେ ମହିଳାଙ୍କୁ ଜୋରଜବରଦସ୍ତ ମଦ ପିଆଇ ଦେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ମହିଳା ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ରୁମ୍ ଭିତରକୁ ଟାଣି ନେଉଥିବା ଦେଖିବାକୁ ମିଳିଛି। ମହିଳା ଜଣକ କାକୁତି ମିନତୀ ହୋଇ ସାହାଯ୍ୟ ମାଗିଥିଲେ ହେଁ କେହି ଆଗକୁ ଆସିନଥିଲେ। ମିଳିଥିବା ସୂଚନା ଅନୁଯାଇ ପୀଡିତା ଜଣକ ଉକ୍ତ ହୋଟେଲରେ ପୂର୍ବରୁ କାମ କରୁଥିଲେ।
ଏହି ମାମଲାରେ ପୋଲିସ ୪ ଜଣ ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାରେ ଆହୁରି ଅନେକଙ୍କର ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଅଛି। ମହିଳାଙ୍କର ଡାକ୍ତରୀ ମଇନା କରାଯିବା ସହିତ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଦୁଷ୍କର୍ମ, ନିର୍ଯାତନା ତଥା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଅନ୍ୟାନ୍ୟ ବିଭାଗ ଅଧୀନରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି।