ଓଡିଶା

କ୍ୟାପିଟାଲ୍‌ ହସ୍ପିଟାଲରେ ଲଗାମଛଡ଼ା ସୁରକ୍ଷାକର୍ମୀ: ୱାର୍ଡ ଭିତରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟ

ଭୁବନେଶ୍ବର: ପୁଣି ବିବାଦ ଘେରକୁ ଆସିଛି କ୍ୟାପିଟାଲ୍ ହସ୍ପିଟାଲ। ସୁରକ୍ଷା ଦେବାକୁ ନିଯୁକ୍ତ ସୁରକ୍ଷାକର୍ମୀ ନିଜେ ପାଲଟିଗଲା ପିଶାଚ। ରୋଗୀଙ୍କୁ ସୁରକ୍ଷା ଯୋଗାଉଥିବା ସୁରକ୍ଷାକର୍ମୀ ଜଣେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବେଡ୍ ଉପରେ ଗୁରୁତର ସ୍ବାମୀ ଶୋଇଥିବାବେଳେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି।

ଏନେଇ ମହିଳା ଜଣଙ୍କ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଥାନାରେ ମଧ୍ୟ ଦେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ୍ ପରିସରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନାନୁସାରେ, ନବରଙ୍ଗପୁର ଅଞ୍ଚଳର ଏହି ମହିଳା ତାଙ୍କ ଅସୁସ୍ଥ ସ୍ବାମୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ସ୍ବାମୀଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ହସ୍ପିଟାଲ ୱାର୍ଡରେ ଭର୍ତ୍ତି କରାଇଥିଲେ। ଗତ ୨୪ ତାରିଖ ରାତିରେ ମହିଳା ଜଣକ ଉକ୍ତ ୱାର୍ଡରେ ଶୋଇଥିବା ବେଳେ ଅଭିଯୁକ୍ତ ସୁରକ୍ଷାକର୍ମୀ ୱାର୍ଡ ଭିତର ଲାଇଟ୍ ବନ୍ଦ କରି ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେତେବେଳେ ମହିଳାଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ ବେଡ୍ ଉପରେ ଶୋଇଥିଲେ। ମହିଳାଙ୍କର ନିଦ ଭାଙ୍ଗିଯିବାରୁ ସେ ଚିତ୍କାର କରିବାରୁ ସୁରକ୍ଷାକର୍ମୀ ଜଣକ ସେଠାରୁ ଦୌଡ଼ି ପଳାଇଥିଲା। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ସଂପୃକ୍ତ ମହିଳା ଅଭିଯୋଗ କରିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମାମଲାର ତଦନ୍ତ କରିବା ସହ ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଚିକିତ୍ସାଧୀନ ଗୁରୁତର ସ୍ବାମୀ ପାଖ ଖଟରେ ଶୋଇଥିଲେ
ବଢ଼ିଚାଲିଛି ଅସଦାଚରଣ, ଦୁର୍ବ୍ୟବହାର ଓ ଚୋରି

କ୍ୟାପିଟାଲ ହସ୍ପିଟାଲରେ ମହିଳାମାନଙ୍କୁ ଅସଦାଚରଣ ଓ ରୋଗୀଙ୍କୁ ଦୁର୍ବ୍ୟବହାର ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହେଉଛି। କିନ୍ତୁ କର୍ତ୍ତୃପକ୍ଷ ସବୁ ଜାଣି କେବଳ ତଦନ୍ତ କରି ହସ୍ପିଟାଲର ସୁରକ୍ଷାର ଠିକା ନେଇଥିବା ‘କୁଏସ୍’ ସଂସ୍ଥାକୁ ଜଣାଇ ଦେଉଛନ୍ତି। କୁଏସ୍ କମ୍ପାନି ମଧ୍ୟ ସେହିଭଳି କିଛି ଆଖିଦୃଶିଆ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଫଳରେ ଏଭଳି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଗତ କିଛିଦିନ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଦୁର୍ବ୍ୟବହାର ନେଇ ୧୦ରୁ ଅଧିକ ମାମଲା କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି।

ସୁରକ୍ଷାକର୍ମୀମାନେ କେବଳ ଅସଦାଚରଣ କରୁନାହାନ୍ତି, ନିଜର କର୍ତ୍ତବ୍ୟ ମଧ୍ୟ ଠିକ୍ ଭାବେ ପାଳନ କରୁନାହାନ୍ତି। ଗତ ୧୦-୧୫ ଦିନ ଭିତରେ ହସ୍ପିଟାଲ୍ ପରିସରର ୩-୪ଟି ଚୋରି ମାମଲା ରୁଜୁ ହୋଇଛି। ଏପିରିକି ଜଣେ କାର୍ଯ୍ୟରତ ଡାକ୍ତରଙ୍କ ଗାଡ଼ି ହସ୍ପିଟାଲ ପରିସରରୁ ଚୋରି ମଧ୍ୟ ହୋଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବରୁ ସୁରକ୍ଷାକର୍ମୀ ନିଜ କର୍ତ୍ତବ୍ୟ କରିବେ କ’ଣ, ଲଗାମଛଡ଼ା ହୋଇ ଅନେକ ସମୟରେ ସୀମା ଟପିଯାଉଛନ୍ତି। ଏଭଳି ମାମଲା ବଢ଼ିଚାଲିଛି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ଉତ୍ତର ମିଳୁଛି, ‘ସୁରକ୍ଷାକର୍ମୀଙ୍କ ଦାୟିତ୍ବ ଆମ ହାତରେ ନାହିଁ। ଏହା ଏକ ଠିକା ସଂସ୍ଥା (କୁଏସ୍) ନେଇଛି। ଯଦି ସଂସ୍ଥାର କର୍ମଚାରୀଙ୍କ ନାମରେ କିଛି ସଙ୍ଗିନ ମାମଲା ଆସୁଛି, ତାହାକୁ କ୍ୟାପିଟାଲ ଥାନାକୁ ଜଣାଇ ଦିଆଯାଉଛି। ଏହାସହ ସଂପୃକ୍ତ ସଂସ୍ଥାକୁ ଚିଠିଲେଖି ତାଗିଦ୍ ମଧ୍ୟ କରାଯାଉଛି। ପରବର୍ତ୍ତୀ ପଦକ୍ଷେପ ପୁଲିସ ନେବାକଥା।’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button