ମନୋରଞ୍ଜନ

ରିଅଲ ଲାଇଫ ରେ ସ୍ଵାମୀ-ସ୍ତ୍ରୀ ଅଟନ୍ତି TV ଇଣ୍ଡଷ୍ଟ୍ରି ର ଏହି ଷ୍ଟାରମାନେ, 2 ନମ୍ବର ଯୋଡି ତ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ଯେଉଁ ସ୍ଥାନରେ ରହିଛି ସେଥିରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ଖାସ ଅଭିନେତ୍ରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଛନ୍ତି।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣଂକୁ ଏଭଳି କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ର ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବୁ।ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଦୃଷ୍ଟି ଧାମୀ’। କଲର୍ସ ଚ୍ୟାନେଲ ରେ ପ୍ରସାରିତ ପପୁଲାର ଟିଭି ସୋ ‘ମଧୁବାଲା’ ରେ ଏହି ଅଭିନେତ୍ରୀ ଜଣକ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ମାଧ୍ୟମରେ ସେ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲେ। ‘ପରଦେଶ ମେ ହେ ମେରା ଦିଲ’, ‘ଗୀତ୍’, ‘ଏକ ଥା ରାଜା ଏକ ଥି ରାନୀ’, ‘ଦିଲ ମିଲ ଗୟେ’ ଭଳି ପପୁଲାର ଟିଭି ସିରିଆଲ ରେ ଏହି ଅଭିନେତ୍ରୀ ଜଣକ ଅଭିନୟ କରିଛନ୍ତି ଏବଂ ଏକ ସଫଳ ଅଭିନେତ୍ରୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ହେଉଛି, ‘ନୀରଜ ଖେମକା’ ଅଟେ। ଦୃଷ୍ଟି ଙ୍କ ପତି ଜଣେ ବିଜନେସ ମ୍ୟାନ ଅଟନ୍ତି ଏବଂ ଭାରତ ର ଟପ୍ ୫ ବିଜନେସ ମ୍ୟାନ ଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ରହିଛି। ଏହି ଯୋଡି ୨୦୧୫ ମସିହାରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି। ଯଦି ଦୃଷ୍ଟି ଙ୍କ ପତି ଙ୍କ ଲୁକ୍ ସମ୍ବନ୍ଧରେ କହିବା ତେବେ ସେ ଦେଖିବାକୁ ବହୁତ ହାଣ୍ଡସମ ଏବଂ ଡ୍ୟାସିଙ୍ଗ ଅଟନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଦିବ୍ୟଙ୍କା ତ୍ରିପାଠୀ’। ଏହି ଅଭିନେତ୍ରୀ ଜଣକ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ୟେ ହେ ମୋହବତେ’ ରୁ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ‘ମିଷ୍ଟର ଆଣ୍ଡ ମିସେସ ଶର୍ମା’, ‘ଚିନ୍ଟୁ ଔର ଚିଙ୍କି’, ‘ଏକ ବଡି ସି ଲଭ ଷ୍ଟୋରି’, ‘ତେରୀ ମେରୀ ଲଭ ଷ୍ଟୋରୀ’ ଭଳି ଟିଭି ସିରିଆଲ ରେ ଅଭିନୟ କରିଛନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ନାମ ହେଉଛି ‘ବିବେକ ଦହିୟା’।

ବିବେକ ମଧ୍ୟ ଜଣେ ଅଭିନେତା ଅଟନ୍ତି। ଏହି ଅଭିନେତା ‘ବୀର କି ଅରଦାସ ବୀରା’, ‘ୟେ ହେ ମୋହବତେ’, ‘କବଚ’ ଭଳି ଲୋକପ୍ରିୟ ସୋ ରେ ଅଭିନୟ କରିଛନ୍ତି।ଏହି ଯୋଡି ରିଆଲିଟି ସୋ ‘ନଚ୍ ବଲିୟେ’ ରେ ଭାଗ ନେଇଥିଲେ ଏବଂ ସେହି ସୋ କୁ ଜିତି ମଧ୍ୟ ଥିଲେ। ଦିବ୍ୟଙ୍କା ଏବଂ ବିବେକ ୨୦୧୬ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଡି ଏକାଠି ଅଛନ୍ତି।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ରୁବିନା ଦିଲେକ’।କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଶକ୍ତି ଅସ୍ତିତ୍ବ କି ଏହାସାସ’ ରେ ଏକ କିନ୍ନର ଙ୍କ ଭୂମିକା ରେ ‘ସୌମ୍ୟା’ ନାମକ ଚରିତ୍ର ରେ ଅଭିନୟ କରି ଜଣେ କିନ୍ନର ଙ୍କ ସମ୍ପୂର୍ଣ୍ଣ ଜୀବନ ସମ୍ବନ୍ଧରେ ନିଜ ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କୁ ଜଣାଇଥିଲେ। ଏହା ଛଡ଼ା ଏହି ଅଭିନେତ୍ରୀ ‘ଛୋଟି ବହୁ’, ‘ପୁନର୍ବିବାହ’, ‘ସାସ୍ ବିନା ସସୁରାଲ’, ‘ଇସ୍କ ମେ ମରଜାୱା’ ଭଳି ଲୋକପ୍ରିୟ ଟିଭି ସିରିଆଲ ରେ ଅଭିନୟ କରିଛନ୍ତି।

ଯଦି ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ନାମ ହେଉଛି ‘ଅଭିନବ ଶୁକ୍ଳା’ ଅଟେ। ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି। ଏହି ଅଭିନେତା ଜଣକ ‘ହିଟଲର ଦିଦି’, ‘ଏକ ହଜାରୋ ମେ ମେରୀ ବେହେନା ହେ’, ‘ଛୋଟି ବହୁ’ ଭଳି ଟିଭି ସିରିଆଲ ରେ ଅଭିନୟ କରିଛନ୍ତି। ଏହି ଯୋଡି ୨୦୧୮ ମସିହାରେ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ଏକାଠି ନିଜର ସମୟ ଅତିବାହିତ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button