ଦେଶ ବିଦେଶ

କାହିଁକି ଭୟାନକ ଅଟେ ଭାନଗଢର ଏହି କିଲା, ଏମିତି କଣ ହୋଇଥିଲା କି ଯିଏ ଏହି ସୁନ୍ଦର କିଲା କୁ ଏକ ଧ୍ଵଂସାବଶେଷ କରିଦେଲା, ଦେଖନ୍ତୁ

ଯେତେବେଳ ଭୁତ ପ୍ରେତର କଥା ଆସେ ସେତେବେଳ ମନରେ ବିଭନ୍ନ ପ୍ରଶ୍ନ ଆସିଥାଏ । ସେହି ପ୍ରଶ୍ନ ଉପରେ ସେତେବେଳେ ବିଶ୍ଵାସ ଆସିଥାଏ ଯେତେବେଳେ ତାହା ସହିତ ଜଡିତ କିଛି କଥା ଦେଖିବାକୁ ମିଳେ । ଏମିତି ହିଁ ଏକ ପ୍ରମାଣ ଅଛି ଯାହାକି ରାଜସ୍ଥାନର ଭାନଗଢ କିଲା ଅଟେ । ଯାହାକୁ ସବୁଠାରୁ ଭୟାନକ କିଲା ବୋଲି କୁହାଯାଏ । ଏହା କେବଳ ଲୋକମାନଙ୍କର କଥା ଶୁଣି ନୁହେଁ, ବରଂ ଭାରତୀୟ ପୁରାତତ୍ତ୍ଵ ସର୍ବେକ୍ଷଣ ବିଭାଗ ଦ୍ୱାରା ମଧ୍ୟ କୁହାଯାଇଛି କି ସୂର୍ଯ୍ୟାସ୍ତ ପରେ ଏଠାକୁ ଯିବା ନିଷେଧ ଅଟେ ।

ଏହି କିଲାର ରହସ୍ୟକୁ କେତେକ ବୈଜ୍ଞାନିକ ଏବଂ ନ୍ୟୁଜ ଚ୍ୟାନେଲ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି, ତଥାପି ଏହାର ପୁରା ରହସ୍ୟ ଖୋଲୁନାହିଁ । ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ଭାନଗଢ କିଲାର ପୁରା ସତ୍ୟତା ।

ଜଣେ ରାଜକୁମାରୀ ଥିଲେ ରତ୍ନାବତୀ

ଭାନଗଢ କିଲାକୁ ଭଗବାନ ଦାସ ନିଜର ପୁଅ ମାଧବ ଦାସ ପାଇଁ କରିଥିଲେ । ମାଧବ ଦାସଙ୍କର ପୁତ୍ରୀ ରାଜକୁମାରୀ ରତ୍ନାବତୀ ବହୁତ ସୁନ୍ଦର ଥିଲେ । କୁହାଯାଏ କି ତାଙ୍କର ସୁନ୍ଦରତାର ଚର୍ଚ୍ଚା ଦୂର ଦୂରାନ୍ତ ପର୍ଯ୍ୟନ୍ତ ହେଉଥିଲା । ସମସ୍ତେ ରାଜକୁମାରୀଙ୍କୁ ପାଇବାକୁ ଇଛା ରଖୁଥିଲେ । ସେହି ଭାନଗଢ କିଲା ପାଖରେ ହିଁ ସିନ୍ଧିୟା ନାମକ ଜଣେ ତାନ୍ତ୍ରିକ ରହୁଥିଲେ ।

ସେହି ତାନ୍ତ୍ରିକ କଳାଯାଦୁ କରୁଥିଲେ । ଥରେ ରାଜକୁମାରୀ ରତ୍ନାବତୀ ନିଜର ଦାସୀମାନଙ୍କ ସହ ଜୋହରୀ ବଜାରରୁ ଅତର ଆଣିବା ପାଇଁ ଯାଇଥିଲେ । ସିନ୍ଧିୟାର ନିଜର ରାଜକୁମାରୀ ଉପରେ ପଡିଲା ।

ରାଜୁକୁମାରୀଙ୍କର ସୁନ୍ଦରତା ସିନ୍ଧିୟାଙ୍କୁ ମୋହିତ କରିନେଲା । ସେ କଳାଯାଦୁ ଜାଣିଥିଲେ ସେଥିପାଇଁ ସେ ମୋହପାଶ ବନ୍ଧନ ପାଇଁ ସେ କଳାଯାଦୁର ସାହାରା ନେଲେ । ଯେଉଁ ଅତର ରାଜକୁମାରୀଙ୍କୁ ପସନ୍ଦ ଆସୁଥିଲା ସେହି ଅତର ବୋତଲରେ ସେ କଳାଯାଦୁ କରିଦେଲେ । ଏହା ବିଷୟରେ ଜଣେ ବ୍ୟକ୍ତିଙ୍କୁ ଜଣା ପଡିଗଲା ଓ ସେ ରାଜକୁମାରୀଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ଯାଇ ସବୁ ସତ କଥା କହିଦେଲେ ।

ଗୋଟିଏ ଅଭିଶାପ ଦ୍ଵାରା ବର୍ବାଦ ହୋଇଗଲା ଏହି କିଲା

ରାଜକୁମାରୀଙ୍କୁ ଏହି ଛଳ ଜଣା ପଡିଲା ପରେ ସେ କାଚର ବୋତଲକୁ ବାହାରେ ଫୋପାଡି ଦେଲେ । ସେଥିରେ ଥିବା ସବୁ ଅତର ଗୋଟିଏ ପଥର ଉପରେ ଯାଇ ପଡିଲା । କଳାଯାଦୁ ହୋଇଥିବାରୁ ତାନ୍ତ୍ରିକ ଆଡକୁ ସେହି ପଥରଟି ଆକର୍ଷିତ ହେବାକୁ ଲାଗିଲା ଏବଂ ତାନ୍ତ୍ରିକର ଛାତି ଉପରେ ଯାଇ ସେହି ପଥରଟି ପଡିଲା । ମୁର୍ତ୍ୟୁ ସମୟରେ ତାନ୍ତ୍ରିକ ଜଣକ ଭାନଗଢ କିଲାକୁ ଅଭିଶାପ ଦେଲେ କି ବର୍ତ୍ତମାନଠାରୁ ଏହି କିଲାରେ କେହି ମଧ୍ୟ ଖୁସିରେ ରହିବେ ନାହିଁ ।

ଏହି ଅଭିଶାପ ଯୋଗୁ କିଛି ସମୟ ଭିତରେ ହିଁ ଲୋକମାନଙ୍କର ମୁର୍ତ୍ୟୁ ହେବାକୁ ଲାଗିଲା । ରାଜକୁମାରୀ ରତ୍ନାବତୀ ମଧ୍ୟ ଏହି ଅଭିଶାପ ଦ୍ଵାରା ମୁର୍ତ୍ୟୁ ବରଣ କରିଥିଲେ ।

ଲୋକମାନଙ୍କର କହିବା ଅଟେ କି ଆଜି ବି ସେହି ତାନ୍ତ୍ରିକଙ୍କର ଆତ୍ମା ରତ୍ନାବତୀ ଙ୍କୁ ପାଇବାକୁ ଚାହୁଁଛି । ଲୋକମାନଙ୍କୁ ରାଜକୁମାରୀ ରତ୍ନାବତୀଙ୍କ ଗୋଡର ପାଉଁଜିର ଆବାଜ ଶୁଣିବାକୁ ମିଳିଥାଏ । କେତେ ଥର ଲୋକମାନଙ୍କୁ ଏମିତି ଲାଗିଛି କି ତାହା ଭିତରେ ଯେମିତି ତାଙ୍କର କେହି ବେକ ଚିପି ଦେଉଛି ।

ବୈଜ୍ଞାନିକମାନେ ଏହି ଭୁତ ପ୍ରେତକୁ ମାନିବାକୁ ମନା କରୁଥିଲେ, କିନ୍ତୁ ସେ ସେହି ଜାଗାକୁ ଯାଇ ଏହାକୁ ମାନିଛନ୍ତି କି ଏହି କିଲାରେ ବହୁତ ନେଗେଟିବ ଏନର୍ଜୀ ଅଛି ଏବଂ ସବୁଠୁ ଅଧିକ ନେଗେଟିବ ଏନର୍ଜୀ ରାଜକୁମାରୀ ରତ୍ନାବତୀଙ୍କ ରୁମରୁ ଆସିଥାଏ । ଲୋକମାନଙ୍କର ଯିବା ଆସିବା ନ ହେବା ଦ୍ଵାରା ସେଠାରେ ଏକ ଭୟାକୂଳ ପରିବେଶ ସୃଷ୍ଟି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button