ଦେଶ ବିଦେଶ

ମଧ୍ୟପ୍ରଦେଶ: ବୋରୱେଲ୍ ଗାତରେ ଖସି ପଡ଼ିଥିବା ୮ ବର୍ଷ ବାଳକର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ୮୦ ଘଣ୍ଟା ଧରି ଏକ ବୋରୱେଲ୍ ଗାତରେ ଫସି ରହିଥିବା ୮ ବର୍ଷର ବାଳକ ତନ୍ମୟ ସାହୁର ମୃତ୍ୟୁ ହୋଇଛି। ଅଦନୈର୍ ଥାନା ଇନ୍ସପେକ୍ଟର ଅଜୟ କୁମାର ସୋନି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ମାଣ୍ଡବୀ ଅଞ୍ଚଳରେ ଏକ ବୋରୱେଲରେ ଖସି ପଡ଼ିଥିବା ପିଲାଟିକୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ, ହୋମଗାର୍ଡ ଏବଂ ବିପର୍ଯ୍ୟୟ ମୁକାବିଲା ଟିମ୍ ଯଥାସମ୍ଭବ ଉଦ୍ୟମ କରିଥିଲେ। ଆଜି ସକାଳ ପ୍ରାୟ ୫:୩୦ ସମୟରେ ଉଦ୍ଧାରକାରୀ ଦଳ ଏକ ସମାନ୍ତରାଳ ଗାତ ଖୋଳି ପିଲାଟି ପାଖରେ ପହଞ୍ଚିଥିଲେ । ତେବେ ଉଦ୍ଧାରକାରୀ ଦଳ ପହଞ୍ଚିବା ବେଳକୁ ତନ୍ମୟ ଅଚେତ ହୋଇଯାଇଥିଲା।

ତନ୍ମୟକୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ତାକୁ ମୃତ ଘୋଷଣା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତ ବାଳକର ପରିବାର ସଦସ୍ୟଙ୍କ ପାଇଁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।

ଖେଳୁଥିବା ବେଳେ ଗତ ମଙ୍ଗଳବାର ତନ୍ମୟ ଏକ ପଡ଼ିଆରେ ଖୋଳାଯାଇଥିବା ବୋରଓ୍ବେଲ ଭିତରକୁ ଗଳି ପଡ଼ିଥିଲା । ସେ ପ୍ରାୟ ୪୦ ଫୁଟ୍ ତଳେ ଫସି ରହିଥିଲା। ସ୍ଥାନୀୟ ପ୍ରଶାସନ ପିଲାଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଗତ ଚାରି ଦିନ ଧରି ଉଦ୍ଧାରକାରୀ ଦଳ ବୋରୱେଲର ସମାନ୍ତରାଳ ଗାତ ଖୋଳିବା ସହ ଏକ ଟନେଲ ତିଆରି କରି ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିପାଇଁ ବହୁତ ସମୟ ଲାଗିଥିଲା ।

ହୋମଗାର୍ଡ କମାଣ୍ଡାଣ୍ଟ ଏସଆର୍ ଆଜମି ଗଣମାଧ୍ୟମକୁ କହିଛନ୍ତି ଯେ ମାଟି ତଳେ ପଥର ସ୍ତର ଯୋଗୁଁ ଉଦ୍ଧାର ଓ ଟନେଲ ଖୋଳିବା କାର୍ଯ୍ୟ ବିଳମ୍ବ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button