ନୀତି

ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଏହି 5ଟି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନ, ହୋଇଯାନ୍ତି ବର୍ବାଦ

ସବୁ ବ୍ୟକ୍ତିର ଏହା ଇଛା କି ସେ ଜୀବନରେ ସବୁ ସଫଳତା ପ୍ରାପ୍ତ କରୁ । ଯାହାପାଇଁ ସେ ଦିନ ରାତି କଷ୍ଟ କରିଥାଏ କିନ୍ତୁ ଏତେ କଷ୍ଟ କରିବା ପରେ ମଧ୍ୟ ସମସ୍ତେ ସଫଳତା ପାଆନ୍ତି ନାହିଁ । ଏଥିରୁ କିଛି ଲୋକ ସଫଳତା ପାଆନ୍ତି କିନ୍ତୁ ନିଜର ଖରାପ ଗୁଣ ଯୋଗୁ ସଫଳତା ତାଙ୍କ ପାଖରେ ବେଶି ଦିନ ରୁହେ ନାହିଁ । ଆଚାର୍ୟ ଚାଣକ୍ୟଙ୍କ ମନୁଷ୍ୟ ଜାତି ବିଷୟରେ ବହୁତ କଥା କହିଛନ୍ତି । ଆଜିର ସମୟରେ ଏହା ସତ ହେଉଛି ଯାହା ଦ୍ଵାରା ବ୍ୟକ୍ତିର ଏହି ୫ଟି ଖରାପ ଗୁଣ ବିଷୟରେ କୁହା ଯାଉଛି ଯାହା ଫଳରେ ବ୍ୟକ୍ତି ପୁରା ବର୍ବାଦ ହେଇଯାଉଛି ।

ମଦର ସେବନ କରିବା

ଆଚାର୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ମଦର ସେବନ କରିଥାଏ ତାଙ୍କର ମୁଣ୍ଡ ପାଖାପାଖି ଶୂନ୍ୟ ହୋଇଯାଇଥାଏ ଏବଂ ତାଙ୍କ ମନରେ ଅହଂକାର ଉତ୍ପନ୍ନ ହେବାକୁ ଲାଗେ ଏହି ବ୍ୟକ୍ତି ପାଖରେ ଯେତେ ବି ଅଧିକ ଧନ ଥାଏ ସେହି ଧନକୁ ବରବାଦ କରିଦିଅନ୍ତି ।

 

ଅଳସୁଆ ବ୍ୟକ୍ତି

ଏହି ଦୁନିଆରେ ଆଳସୁଆ ଗୁଣ ଯୋଗୁ ବ୍ୟକ୍ତି କମଜୋର ହୋଇଥାଏ ଏବଂ ସବୁବେଳେ ଶୋଇ ଥାଏ । ତାଙ୍କ ଉପରେ କେବେ ବି ଧନ ର ଦେବୀ ମା ଲକ୍ଷ୍ମୀଙ୍କର କୃପା ହୁଏ ନାହିଁ । ଲକ୍ଷ୍ମୀ ତାଙ୍କ ପାଖକୁ ଯାଆନ୍ତି ଯିଏ କର୍ମ କରେ ।

ଜୁଆ ଖେଳୁଥିବା ବ୍ୟକ୍ତି

ଆଚାର୍ୟ ଚାଣକ୍ୟଙ୍କ ଅନୁସାରେ ଜୁଆ କାହାର ବି ହୁଏ ନାହିଁ ଏଥିରୁ ପାଖାପାଖି ସମସ୍ତେ ବରବାଦ ହୋଇଯାଆନ୍ତି । ସବୁଠୁ ବଡ ଉଦାହରଣ ମହାଭାରତରେ ଜୁଆ କାରଣରୁ ପାଣ୍ଡବଙ୍କୁ ନିଜର ରାଜ୍ୟ ହରାଇବାକୁ ପଡିଥିଲା । ଜୁଆ ଖେଳୁଥିବା ବ୍ୟକ୍ତି ର ମାନ – ସମ୍ମାନ ନଷ୍ଟ ହୋଇଥାଏ । ଏହା ସହିତ ଧନର ମଧ୍ୟ ସମାପ୍ତି ହୋଇଥାଏ ।

ଦିନରେ ଶୋଇଥିବା ବ୍ୟକ୍ତି

ଆଚାର୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଦିନରେ ଶୋଇଥାଏ ତାଙ୍କର ଧନର ନାସ ହୋଇଥାଏ । ଯେଉଁ ବ୍ୟକ୍ତି ଦିନରେ ଶୋଇ ଥାନ୍ତି ତାଙ୍କୁ ସବୁବେଳେ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।

ଅନ୍ୟର ସ୍ତ୍ରୀ ଉପରେ ମୋହ ରଖୁଥିବା ବ୍ୟକ୍ତି

ଯେଉଁ ବ୍ୟକ୍ତି ଅନ୍ୟର ମହିଳାଙ୍କ ସହ ସମ୍ଭନ୍ଧ ରଖିଥାନ୍ତି ତାଙ୍କୁ କେବେ ବି ମାନ ସମ୍ମାନ ଲାଭ ହୋଇନଥାଏ ।

ବ୍ୟକ୍ତିର ଏହି ଖରାପ ଗୁଣ ଯୋଗୁ ଏହାର ଧନ ଏବଂ ଜୀବନ ନଷ୍ଟ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button