ଦେଶ ବିଦେଶ

କାମ୍‌ରାଙ୍କୁ ସମନ କଲା ମୁମ୍ବାଇ ପୁଲିସ: ସିନ୍ଦେଙ୍କ ପ୍ରତିକ୍ରିୟା; ବଦନାମ କରିବାକୁ ‘ସୁପାରି’ ଦିଆଯାଉଛି

ମୁମ୍ବାଇ: ହାସ୍ୟ କଳାକାର କୁନାଲ କାମ୍‌ରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଦେଇଥିବା ‘ଗଦ୍ଦାର’ ଟିପ୍ପଣୀ ପାଇଁ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏକନାଥ ସିନ୍ଦେ ଆଜି ଉକ୍ତ ପ୍ରସଙ୍ଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସିନ୍ଦେ କହିଛନ୍ତି,  ମତବ୍ୟକ୍ତ କରିବାର ସ୍ବାଧୀନତା ସମସ୍ତଙ୍କର ଅଛି।  ଆମେ ବ୍ୟଙ୍ଗ ବୁଝୁ କିନ୍ତୁ ସେଥିରେ କିଛି ସୀମା ରହିବା ଉଚିତ।  କାହା ବିରୋଧରେ ଏଭଳି ଯୋଜନାବଦ୍ଧ ଘୃଣାର ପ୍ରଚାର କରୁଥିବା ବ୍ୟକ୍ତି ‘ସୁପାରି’ ନେଲା ଭଳି ଲାଗୁଛି। ବଦନାମ କରିବାକୁ ସୁପାରି ଦିଆଯାଉଛି। ଅନ୍ୟପକ୍ଷେ ଶିବସେନା କର୍ମୀମାନେ କାମ୍‌ରାଙ୍କ ଷ୍ଟୁଡିଓ ଭଙ୍ଗାରୁଜା କରିବା ଘଟଣାରେ ପ୍ରତିକ୍ରିୟା ରଖି ସିନ୍ଦେ କହିଛନ୍ତି, ‘ପ୍ରତି କାର୍ଯ୍ୟର ଏକ ପ୍ରତିକ୍ରିୟା ରହିଛି। ଦଳୀୟ କର୍ମୀମାନଙ୍କର ମଧ୍ୟ ଆବେଗ ରହିଛି।

ଏହି ସମାନ ବ୍ୟକ୍ତି ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଅର୍ଥମନ୍ତ୍ରୀ ଏବଂ ଏପରିକି ସାମ୍ବାଦିକ ଓ ଶିଳ୍ପପତିଙ୍କ ବିରୋଧରେ ଆପତ୍ତଜିନକ ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷରେସିନ୍ଦେଙ୍କ ବିରୋଧରେ ଟିପ୍ପଣୀ ଦେବାର କିଛି ଘଣ୍ଟା ପରେ କାମ୍‌ରା ଆଉ ଏକ ଭିଡିଓ କରିଛନ୍ତି।   କାମ୍‌ରା ଆଜି ପୁଣିଥରେ ଶିବସେନା କର୍ମୀମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ରେକର୍ଡ କରିଛନ୍ତି ଏବଂ ଏଥିରେ ସେ ‘ହମ ହୋଙ୍ଗେ କାମୟାବ୍‌ ଏକ ଦିନ’  ଗୀତକୁ ବଦଳାଇ  ‘ହମ ହୋଙ୍ଗେ କାଙ୍ଗାଲ ଏକ ଦିନ୍‌, ମନ୍‌ ମେ ‌ହେ ଅନ୍ଧବିଶ୍ବାସ, ଦେଶ କା ସତ୍ୟାନାଶ’ ଗାଉଥିବା ଶୁଣିବାକୁ ମିଳିଛି।  ଆଜି କାମ୍‌ରାଙ୍କୁ ମୁମ୍ବାଇ ପୁଲିସ ସମନ କରିଥିବାବେଳେ ସେ ହାଜର ହୋଇନାହାନ୍ତି।  ପୁଲିସରେ ହାଜର ହେବାପାଇଁ କାମ୍‌ରା ସପ୍ତାହେ ସମୟ ନେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button