ଓଡିଶା

ଅଧାରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ଚାଲିଗଲା ୭ଜୀବନ – Utkal Mail


ଆନନ୍ଦପୁର : ଅଧା ରହିଗଲା ତାରିଣୀ ଦର୍ଶନ  । ବହୁ ଆଶା ନେଇ ମାଙ୍କୁ ଦର୍ଶନ କରିବା ଲାଗି ଘଟଗାଁ ଆସିଥିଲେ । ହେଲେ ଅଧାବାଟରେ ଜଗିରହିଥିଲା ଯମ । କୁହାଯାଏ ମୃତ୍ୟୁ କେତେବେଳେ କାହାକୁ ଆସିବ , ତାହା କେହି କହିପାରିବେ ନାହିଁ  । ଏମିତି କିଛି ଘଟଣା ଘଟିଛି ଆନନ୍ଦପୁର ଏନଏଚ୍ ୨୦ ବାଲିଯୋଡି ନିକଟରେ ।  ଟ୍ରକ ପଛରୁ ପିଟିହୋଇଛି ଭ୍ୟାନ୍  । ଅକାଳରେ ୭ଜଣଙ୍କର ଜୀବନ ଚାଲିଯାଇଛି ।  ୮ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୂତାବକ ଗତକାଲି ଦୁଇ ପରିବାରର ୨୦ଜଣ ସଦସ୍ୟ ତାରିଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ ।

ଏମାନେ ସମସ୍ତେ ଦିଗପହଣ୍ଡିରୁ ଆସିଥିଲେ । ମାତ୍ର ହଠାତ୍ ଆସିବା ବେଳେ ରାସ୍ତାକଡରେ ଛିଡା ହୋଇଥିବା ଏକ କାର ସହ ଭ୍ୟାନଟି ପିଟିହୋଇଯାଇଥିଲା । ତାରିଣୀ ମନ୍ଦିରଠାରୁ ମାତ୍ର ୩ କିମି ପୂର୍ବରୁ ଏହି ଅଘଟଣ ଘଟିଛି । ଫଳରେ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର୍ ହେବା ସହ ୭ଜଣଙ୍କର ଜୀବନ ଚାଲିଯାଇଛି ।  ମୃତକଙ୍କ ମଧ୍ୟରେ ଦୁଇ ତିନି ଜଣ ମହିଳା ଥିବା ସୂଚନା ମିଳିଛି । ସମସ୍ତ ମୃତାହତ ଦିଗପହଣ୍ଡି ପୋଡାମାରି ଗାଁର ବୋଲି ଜଣାପଡିଛି  ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button