ବିଚାର

ଯେଉଁ ମହିଳା ଏହି ସମୟରେ ଘର ଝାଡୁ କରିଥାଏ, ସେହି ଘର ଉପରେ ମା’ ଲକ୍ଷ୍ମୀ ସର୍ବଦା ଧନ ବୃଷ୍ଟି କରିଥାନ୍ତି

ମା’ ଲକ୍ଷ୍ମୀଙ୍କ ସହ ଜଡିତ ପ୍ରତ୍ଯେକଟି ବସ୍ତୁ ତଥା କାର୍ଯ୍ୟ ଉପରେ ସର୍ବା ହିଁ ଧ୍ୟାନ ରଖିବା ଉଚିତ । କାରଣ ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ପସନ୍ଦ ଅନୁଯାଇ କାର୍ଯ୍ୟ କରିଥାନ୍ତି । ସେହି ବ୍ୟକ୍ତି ଉପରେ ସଦା ସର୍ବଦା ମା’ ଲକ୍ଷ୍ମୀ ପ୍ରସନ୍ନଚିତ୍ତ ରହିଥାନ୍ତି । ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀ ପସନ୍ଦ କରୁନଥିବା କାର୍ଯ୍ୟ କରିଥାନ୍ତି । ସେହି ବ୍ୟକ୍ତି ପାଖରେ ଥିବା ସମସ୍ତ ସୁଖ ସମୃଦ୍ଧି ମା’ ଲକ୍ଷ୍ମୀ ଛଡାଇ ନେଇଥାନ୍ତି । ଯେପରିକି ଝାଡୁ ସହିତ ମା’ ଲକ୍ଷ୍ମୀଙ୍କର ସମ୍ବଦ୍ଧ ରହିଥାଏ । ଝାଡୁ କେବଳ ଘରର ଅଳିଆ ଆବର୍ଜନା ନୁହେଁ, ବଂର ଘରର ନକରାତ୍ମକ ଊର୍ଜାକୁ ମଧ୍ୟ କାଢିବାରେ ସାହାଜ୍ଯ କରିଥାଏ ।

ମା’ ଲକ୍ଷ୍ମୀଙ୍କୁ ସ୍ବଚ୍ଛତା ପସନ୍ଦ ହୋଇଥାଏ । ସେହିପରି ଝାଡୁ ଘରର ସ୍ବଚ୍ଛତା କାର୍ଯ୍ୟ ହିଁ କରିଥାଏ । ଝାଡୁରେ ଭୁଲରେ ନିଜ ପାଦ ଲଗାନ୍ତୁ ନାହିଁ । ଏପରି କରିବା ଦ୍ଵାରା ଝାଡୁର ଅପମାନ ହୋଇଥାଏ । ଝାଡୁକୁ ଡେଇଁ କରି ଯିବା ମଧ୍ୟ ଅନୁଚିତ । ଆପଣ ଆପଣଙ୍କର ଝାଡୁକୁ ସବୁବେଳେ ଲୁଚାଇ କରି ରଖିବା ଉଚିତ । ଯେମିତି ଆପଣ ଆପଣଙ୍କ ଲକ୍ଷ୍ମୀ ଅର୍ଥାତ ଟଙ୍କା ପଇସାକୁ ଲୁଚାଇ ରଖିଥାନ୍ତି । କାରଣ ଶାସ୍ତ୍ର ଅନୁଯାଇ ଘରର ଝାଡୁ ଉପରେ ଅନ୍ୟ ଲୋକଙ୍କର ନଜର ପଡିବା ଦ୍ଵାରା ଘରର ଧନର ଖର୍ଚ ବୃଦ୍ଧି ହୋଇଥାଏ ।

ଝାଡୁର ବ୍ୟବହାର ସମୟରେ ଝାଡୁକୁ ନମସ୍କାର କରି ତାହାର ପ୍ରୟୋଗ କରିବାକୁ ଉତ୍ତମ ମନା ଯାଇଥାଏ । ପଶ୍ଚିମ ଦିଗରେ ଝାଡୁ ରଖିବାକୁ ବହୁତ ଭଲ ଦିଗ ବୋଲି କୁହାଯାଇଥାଏ । ଏହି ଦିଗରେ ଝାଡୁ ରଖିବା ଦ୍ଵାରା ବାସ୍ତୁ ଦୋଷ କମ୍ ହେବା ସହ ଘର ଉପରେ ଏହାର ଶୁଭ ପରିଣାମ ଦେଖିବାକୁ ମିଳିଥାଏ । ରୋଷେଇ ଘରେ ଝାଡୁ ରଖିବା ଅନୁଚିତ । ଝାଡୁକୁ ଠିଆ କରି ରଖିବା ଅନୁଚିତ ।

ଶାସ୍ତ୍ର ଅନୁଯାଇ ମା’ ଲକ୍ଷ୍ମୀ କିମ୍ବା ଝାଡୁକୁ ଠିଆ ଅବସ୍ଥାରେ ସବୁବେଳେ ରଖିବା ଦ୍ଵାରା ସେହି ଘର ମା’ ଲକ୍ଷ୍ମୀ ତ୍ୟାଗ କରିଦେଇଥାନ୍ତି । ଭାଙ୍ଗିଯାଇଥିବା କିମ୍ବା ଖରାପ ଝାଡୁ ଦ୍ଵାରା ଘରର ସଫେଇ କାର୍ଯ୍ୟ କରିବା ଅନୁଚିତ । ପୁରୁଣା ତଥା ଛିଡା ଝାଡୁରେ ଘର ଓଳାଇବା ବଦଳରେ ସମୟ ସମୟରେ ଘରକୁ ନୂଆ ଝାଡୁ ଆଣି ସେଥିରେ ଘର ସଫେଇ କାର୍ଯ୍ୟ କରନ୍ତୁ । ଓଦା ଝାଡୁରେ ଘର ସଫା କି ଓଦା ଜିନିଷକୁ ଝାଡୁରେ ସଫା କରିବା ଉଚିତ ହୋଇନଥାଏ ।

ଏହା ଦ୍ଵାରା ଘରେ ବେମାରୀ ସୃଷ୍ଟି ହୋଇଥାଏ । ଝାଡୁରେ ମନୁଷ୍ୟ ଠାରୁ ନେଇ ପଶୁ ପକ୍ଷୀ କାହାକୁ ମାରିବା ଅନୁଚିତ । କାରଣ ଏପରି କାର୍ଯ୍ୟ ପାପ ହୋଇଥାଏ । ଯେତେବେଳେ ସକାଳର ପ୍ରଥମ ସୂର୍ଯ୍ୟ କିରଣ ଘରେ ପଡିଥାଏ । ସେହି ସମୟରେ ଘର ଝାଡୁ କରିବା ଉଚିତ । ଯାହା ଦ୍ଵାରା ଘରୁ ନକରାତ୍ମକ ଉର୍ଜ ଚାଲିଯାଇ ନୂଆ ସକାରାତ୍ମକ ଊର୍ଜା ଘର ସାରା ସଂଚାର ହୋଇଥାଏ ।ହେଲେ ସୂର୍ଯ୍ୟଅସ୍ତ ସମୟରେ ଝାଡୁ କରିବା ଅନୁଚିତ । ଶନିବାର ଦିନ ଝାଡୁ କିଣିବାର ଉତ୍ତମ ବାର ହୋଇଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button