ଦେଶ ବିଦେଶମନୋରଞ୍ଜନ

ଗଲଓ୍ବାନ୍ ସଂଘର୍ଷ ଉପରେ ବିବାଦୀୟ ଟ୍ବିଟ୍ କରି କ୍ଷମା ମାଗିଲେ ରିଚା ଚଢ଼ା

ନୂଆଦିଲ୍ଲୀ: ଗଲଓ୍ବାନ୍ ସଂଘର୍ଷ ଉପରେ ବିବାଦୀୟ ଟ୍ବିଟ୍ କରି କ୍ଷମା ମାଗିଛନ୍ତି ବଲିଉଡ୍ ଅଭିନେତ୍ରୀ ରିଚା ଚଢ଼ା । ରିଚା ଭାରତୀୟ ସେନା ଉପରେ ତାଙ୍କର ଏକ ଟ୍ବିଟ୍ ନେଇ ବିବାଦରେ ଛନ୍ଦି ହୋଇଥିଲେ। ତେବେ ବିରୋଧ ଓ ସମାଲୋଚନାର ପରେ ସେ ତାଙ୍କ ଟ୍ବିଟ୍ ଡିଲିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ ।

ଭାରତୀୟ ସେନାର ନର୍ଦର୍ଣ୍ଣ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ବେଦୀ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଉପରେ ଏକ ଟ୍ବିଟ୍ କରିଥିଲେ । ସେ କହିଥିଲେ ଯେ ଭାରତ ସରକାରଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ସେନା ‘ପିଓକେ’କୁ ଛଡ଼ାଇ ଆଣିବାକୁ ପ୍ରସ୍ତୁତ।

ସେନା ଅଧିକାରୀଙ୍କ ଏହି ଟ୍ବିଟକୁ ‘ବାବା ବନାରସ’ ନାମକ ଅନ୍ୟ ଜଣେ ଟ୍ୱିଟର ୟୁଜର ରି-ଟ୍ୱିଟ୍ କରିଥିଲେ । ଏହା ଉପରେ ରିଚା ଚଢ଼ା ଟ୍ବିଟ୍ କରି ଯେ ‘ଗଲୱାନ୍ ହାଏ କହୁଛି..'(ଗଲଓ୍ବାନ୍ କଥା ମନେ ପକାଅ) ।

ରିଚାଙ୍କ ଏଭଳି ଟ୍ବିଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରି ଟ୍ବିଟ୍ ପାଇଁ ତାଙ୍କୁ ଲୋକେ ସମାଲୋଚନା କରିଥିଲେ । ସେ ଗଲଓ୍ବାନ୍ ଉପତ୍ୟକା ଘଟଣାକୁ ମନେ ପକାଇ ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ ।

ବିବାଦ ବଢ଼ିବା ପରେ ରିଚା ପୁଣି ଏକ ପୋଷ୍ଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ, “ମୋର ଟ୍ବିଟ୍ (ଗଲଓ୍ବାନ୍ ଉପରେ) ଉଦ୍ଦେଶ୍ୟମୂଳକ ନଥିଲା । ତଥାପି ବିବାଦ ଭିତରକୁ ଟାଣି ନିଆଯାଇଥିବା ସେହି ତିନୋଟି ଶବ୍ଦ ଯଦି କାହାକୁ ଆଘାତ ଦେଇଛି, ତେବେ ମୁଁ କ୍ଷମା ମାଗୁଛି ଏବଂ ଏହା ମଧ୍ୟ କହିବାକୁ ଚାହେଁ ଯେ ଅଜାଣତରେ ମୋର କଥା ସେନାର ଭାଇମାନଙ୍କୁ ଆଘାତ ଦେଇଥାଏ, ତେବେ ମୁଁ ବହୁତ ଦୁଃଖିତ ।”

ରିଚା କହିଥିଲେ ଯେ, ମୋର ନିଜ ଜେଜେବାପା ମଧ୍ୟ ଜଣେ ସେନା କର୍ମଚାରୀ ଓ ଭାରତ-ଚୀନ୍ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୋ ଜେଜେବାପା ଲେଫ୍ଟନାଣ୍ଟ କର୍ଣ୍ଣେଲ ଥିବାବେଳେ ୧୯୬୦ ମସିହାରେ ଭାରତ-ଚୀନ୍ ଯୁଦ୍ଧରେ ତାଙ୍କ ଗୋଡରେ ଗୁଳି ବାଜିଥିଲା। ମୋର ମାମୁଁ ଜଣେ ପାରା ଟ୍ରୁପର୍ ଥିଲେ | ଏହା (ସେନା ପ୍ରତି ସମ୍ମାନ) ମୋ ରକ୍ତରେ ଅଛି |”

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଅରୁଣାଚଳ ପ୍ରଦେଶର ଗଲଓ୍ବାନ୍ ଘାଟିରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍ ହୋଇଥିଲେ । ଏହି ଘଟଣାରେ ଚୀନର ମଧ୍ୟ ୪୦ ସୈନ୍ୟ ନିହତ ହୋଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button