ଦେଶ ବିଦେଶ

ଇସ୍‌ଲାମବାଦ୍‌: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ପାକିସ୍ତାନକୁ ମିଳିଛି ଧର୍ମଦଣ୍ଡ। ଏପଟେ ଭାରତଠାରୁ ପ୍ରଚଣ୍ଡ ପ୍ରହାର ଖାଉଥିବା ‌ବ‌େଳେ ଦାଉ ସାଧୁଛି ପ୍ରକୃତି। ଗତକାଲି ରାତିରେ ପାକିସ୍ତାନରେ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) କହିଛି ଯେ ଆଜି ପାକିସ୍ତାନରେ ଦିନ ୦୧.୪୪ (ଆଇଏସ୍‌ଟି) ରେ ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି ବା ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ।

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଏବଂ ପରିସ୍ଥିତି ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଛି। ପାକିସ୍ତାନ ନିଜର ଉତ୍ତେଜନାମୂଳକ କାର୍ଯ୍ୟରୁ ନିବୃତ୍ତ ହେଉନାହିଁ` ଭାରତ ମଧ୍ୟ ପ୍ରତ୍ୟେକ ଷଡ଼ଯନ୍ତ୍ରର କଡ଼ା ଜବାବ ଦେଉଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ସେନା ଏକ ବଡ଼ ପଦକ୍ଷେପ ନେଇ ପାକିସ୍ତାନର ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌କୁ ଟାର୍ଗେଟ କରି ଧ୍ୱଂସ କରିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନ ଭାରତର ସାମରିକ ଏବଂ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ଅନେକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତ ସେସବୁ ଆକ୍ରମଣର କଡ଼ା ଜବାବ ଦେଇଛି। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି।

ଭାରତୀୟ ସେନା ସେହି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ ଧ୍ୱଂସ କରିଛି ଯେଉଁଠାରୁ ପାକିସ୍ତାନୀ ସେନା ଭାରତ ଉପରେ ଲଗାତାର ଡ୍ରୋନ୍ ଆକ୍ରମଣ କରୁଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଭାରତୀୟ ସେନା ପଡ଼ୋଶୀ ଦେଶର ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

ଅଧିକ ପଢ଼ନ୍ତୁ: ‘ଅପରେସନ ସିନ୍ଦୁର’ ବନାମ ‘ବନୟାନ୍ ଉଲ୍ ମରସୁସ୍’

ପାକିସ୍ତାନ ଭାରତର ପଶ୍ଚିମ ସୀମାରେ ଥିବା ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଥିଲା। ଭାରତର ଜମ୍ମୁ-କଶ୍ମୀରର ଉଧମପୁର ଏବଂ ରାଜୌରୀ ଏବଂ ପଞ୍ଜାବର ଜଳନ୍ଧରରେ ଆକ୍ରମର କରିବାକୁ ପ୍ରୟାସ କରିଛି। ଭାରତର ଆବାସିକ ଅଞ୍ଚଳରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯିବାର ପ୍ରୟାସ କରାଯାଉଛି। ତେବେ ପାକିସ୍ତାନକୁ ଭାରତୀୟ ସେନା ପକ୍ଷରୁ ନିରନ୍ତର କଡ଼ା ଜବାବ ମିଳୁଛି।

ପାକିସ୍ତାନ ଶନିବାର ଫତେହ-୧ କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଏହି ବିପଦପୂର୍ଣ୍ଣ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରିଦେଇଥିଲା। ପାକିସ୍ତାନ ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତର ପଶ୍ଚିମ ଅଞ୍ଚଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button