ରାଶିଫଳ

ଆଜିର ରାଶିଫଳ : କେମିତି କଟିବ ଆଜିର ଦିନ

ମେଷ ରାଶି -ଆପଣାର ଲୋକଙ୍କ ପାଇଁ କାମକୁ ସହଜରେ କରିବା ଲାଗି ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଅନ୍ୟମନସ୍କ ଯୋଗୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଦ୍ୱିଜା ନକ୍ଷତ୍ର ବକେୟା ଅର୍ଥ ନ ପାଇବା କାରଣରୁ ତର୍କ ଓ ବିବାଦ ବଢ଼ିପାରେ। ରାଜନୈତିକ, ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ଭଲ ରହିବ।

ବୃଷ ରାଶି -ଆଜି କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସୁନାମ ମିଳିବ। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।

ମିଥୁନ ରାଶି -ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପର ବଶବର୍ତ୍ତୀ ହୋଇ କାମ କରିବାକୁ ବାଧ୍ୟ ହେବେ। ପଡ଼ୋଶୀ ଈର୍ଷାନ୍ବିତ ହୋଇ ବିରୁଦ୍ଧାତ୍ମକ କଥାବାର୍ତ୍ତା କରିପାରନ୍ତି। ଅର୍ଥବଳ ଥିଲେ ମଧ୍ୟ ସହଯୋଗ ଅଭାବରୁ ହାତକୁ ନେଇଥିବା କାମ ଠିକ୍‌ ଭାବରେ ହୋଇ ନ ପାରେ। ପୁନର୍ବସୁ ନକ୍ଷତ୍ର ସାହାଯ୍ୟ ଲାଭକରିବା ହେତୁ ମନୋବଳ ବୃଦ୍ଧି ଘଟି କାମକୁ ତ୍ୱରାନ୍ବିତ କରିବ।

କର୍କଟ ରାଶି -ଆଜି ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଦେଖାଦେବ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ସକାରାତ୍ମକ ଖବର ମନକୁ ଆହ୍ଲାଦିତ କରିବ। ଟାଣଖରାରେ କାମ କରିବା କିମ୍ବା ଦୂରଯାତ୍ରା ହେତୁ ସ୍ବାସ୍ଥ୍ୟ ସମସ୍ୟା ଉତ୍କଟରୂପ ଗ୍ରହଣ କରିପାରେ।

ସିଂହ ରାଶି -ଆଜି ଯାହା ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ସରକାରୀ ସ୍ତରରେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାର ଆଶଙ୍କା ବଳବତ୍ତର ରହିବ। ମଘା ନକ୍ଷତ୍ର ମାଲିମକଦ୍ଦମାରେ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।

କନ୍ୟା ରାଶି -ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିବ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ଆଣିବେ। ଚିତ୍ରା ନକ୍ଷତ୍ର ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବାର ପ୍ରଯତ୍ନ ନ କରି ଅବହେଳା କଲେ ଅନୁତାପ କରିବାକୁ ପଡ଼ିବ।

ତୁଳା ରାଶି -ନିକଟସ୍ଥ କୌଣସି ବ୍ୟକ୍ତି ସମସ୍ୟାର କାରଣ ସାଜି ପାରନ୍ତି। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇପାରନ୍ତି। ସ୍ବାତୀ ନକ୍ଷତ୍ର ଆକସ୍ମିକ ଆବଶ୍ୟକ ଅର୍ଥାଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆଲୋଚନା ପରିସରରେ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।

ବିଛା ରାଶି -ଦୀର୍ଘଦିନର ଆଶା ଓ ଅଭିଳାଷ ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ। ଆନୁଷ୍ଠାନିକ କାମରେ ମୂଲ୍ୟବାନ ଦ୍ରବ୍ୟଲାଭ ସାଙ୍ଗକୁ ସମ୍ମାନ ପାଇବେ। ଅନୁରାଧା ନକ୍ଷତ୍ର ରାଜନୈତିକ ସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପାରିବାରିିକ କ୍ଷେତ୍ରରେ ମତାନ୍ତର ଜନିତ କାରଣରୁ ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ।

ଧନୁ ରାଶି -ପୂର୍ବାଷାଢ଼ା ନକ୍ଷତ୍ର ଆଜିର ଯାତ୍ରା ଓ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ। ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଧିକାଂଶ କ୍ଷେତ୍ରରେ ପର ଉପରେ ନିର୍ଭର କଲେ ନିରାଶ ହେବାକୁ ପଡ଼ିପାରେ। ସମସ୍ୟା ସମାଧାନ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି।

ମକର ରାଶି -ଶ୍ରବଣା ନକ୍ଷତ୍ର ସାମାନ୍ୟ ଅସମ୍ମାନଜନକ କଥା ଓ ବ୍ୟବହାରରେ ଅନର୍ଥ ଘଟାଇ ପାରନ୍ତି। ବନ୍ଧୁ ସାହାଯ୍ୟ ନେଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବେ। କର୍ମାରମ୍ଭ, ଯାନ୍ତ୍ରିକ ଜିନିଷ କ୍ରୟ, ଜମିଜମା, କଳା, ସାହିତ୍ୟ, ସାମ୍ବାଦିକତା ପାଇଁ ଦିନଟି ଭଲ। ସ୍ବାସ୍ଥ୍ୟ ସମସ୍ୟା ନେଇ ସାମାନ୍ୟ ଚିନ୍ତିତ ରହିବେ।

କୁମ୍ଭ ରାଶି -ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। ନିଜ ଲୋକମାନେ ଆପଣା ସ୍ବାର୍ଥସାଧନକୁ ଗୁରୁତ୍ୱ ଦେବେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ପୂର୍ବଭାଦ୍ରବ ନକ୍ଷତ୍ର ଶିକ୍ଷା ଓ ପରୀକ୍ଷା ସକାଶେ ପିଲା ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ।

ମୀନ ରାଶି -ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆତ୍ମୀୟଙ୍କ ବିରୁଦ୍ଧାଚରଣ କେତେକ ସମସ୍ୟା ସୃଷ୍ଟି କରିପାରେ। ଉତ୍ତରଭାଦ୍ରବ ନକ୍ଷତ୍ର ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ ଅବଶ୍ୟ ଭଲ ନ ହେଲେ ମଧ୍ୟ ବିଶେଷ ମନ୍ଦ ନୁହେଁ। ମନେ ମନେ ଖୋଜୁଥିବା ବନ୍ଧୁଙ୍କୁ ଅସଲ ସମୟରେ ଦେଖା ନ ପାଇ ବ୍ୟସ୍ତ ହେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button