ଦେଶ ବିଦେଶ

ଚନ୍ଦ୍ରକୁ ସବୁଠୁ ଶକ୍ତିଶାଳୀ ରକେଟ୍ ପଠାଇଲା ନାସା

ଓ୍ୱାଶିଂଟନ: ଆମେରିକାର ସ୍ପେସ୍ ଏଜେନ୍ସି ‘ନାସା’ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍ ସ୍ପେସ୍ ଲଞ୍ଚ ସିଷ୍ଟମକୁ ସଫଳତାର ସହ ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ କରିଛି। ନାସା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ |

ଏହି ମିଶନ ତୃତୀୟ ପ୍ରୟାସରେ ସଫଳ ହୋଇଛି | ଏହା ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ବୈଷୟିକ ତ୍ରୁଟି ଯୋଗୁଁ ଏହାର ପ୍ରକ୍ଷେପଣ ବନ୍ଦ ରଖାଯାଇଥିଲା।

ଏହା ନାସାର ଆର୍ଟେମିସ୍ ମିଶନର ଏକ ଅଂଶ, ଯାହା ଅଧୀନରେ ୫୦ ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ମନୁଷ୍ୟ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି | ଏହି ରକେଟର ଏହା ହେଉଛି ପ୍ରଥମ ମିଶନ୍ ଯେଉଁଥିରେ କୌଣସି ମହାକାଶଚାରୀ ରହିବେ ନାହିଁ | ଯଦି ଏହି ମିଶନ୍ ସଫଳ ହୁଏ, ତେବେ ଭବିଷ୍ୟତରେ ମହାକାଶଚାରୀମାନେ ଏହି ରକେଟ୍ ସହିତ ମିଶନରେ ଯାଇପାରିବେ | ଏବଂ ଯଦି ସବୁକିଛି ଠିକ୍ ହୁଏ ତେବେ ମଣିଷ ୨୦୨୪ରୁ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ପାଦ ଦେବାକୁ ସମର୍ଥ ହେବ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button