ଓଡିଶା

ଜମିରେ ସାର ପକାଇବାକୁ ଯାଇଥିଲେ, ସାପ କାମୁଡ଼ାରେ ପ୍ରାଣ ହରାଇଲେ ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ସଦର ପଞ୍ଚାୟତର ହରିଶ୍ଚନ୍ଦ୍ର ମୁଦୁଲିଙ୍କ ପୁଅ ରଘୁନାଥ ମୁଦୁଲି ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ରଘୁନାଥ ନିଜ ଚାଷ ଜମିରେ ସାର ପକାଇବାକୁ ଯାଇଥିବା ବେଳେ ଅଚାନକ ତାଙ୍କ ଗୋଡକୁ କିଛି କାମୁଡ଼ିଥିବା ସେ ଅନୁଭବ କରିଥିଲେ।

ପରେ ଦେଖିଲା ବେଳକୁ ସେ ସାପ କାମୁଡ଼ାର ଶିକାର ହୋଇଥିବା ଜାଣିପାରିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button