କ୍ରାଇମ

ମାଉସୀ ନମସ୍କାର, କହି ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ – Utkal Mail


ଧର୍ମଶାଳା: ମାଉସୀ ନମସ୍କାର | ଆପଣ ଭଲ ଅଛନ୍ତି ତ? କେହି ଜଣେ ଚିହ୍ନା ଲୋକ ଭାବି କିଛି ପଦ କଥା ହେବାବେଳକୁ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲା ଦୁର୍ବୃତ୍ତ। ଏପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାଣୀବନ୍ଦି ଗ୍ରାମରେ। ଏସଂପର୍କରେ ବୃଦ୍ଧା ହେମଲତା ମହାପାତ୍ରଙ୍କ ପୁଅ ବିପ୍ଳବ ଥାନାରେ ଏତଲା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ରବିବାର ସଂଧ୍ୟା ପ୍ରାୟ ୭.୩୦ରେ ଜଣେ ଯୁବକ ରାଣୀବନ୍ଦି ଗ୍ରାମର ସୁନାକର ବଳଙ୍କ ଘର କଲିଂ ବେଲ୍ ବଜାଇଥିଲା।

ଏହି ସମୟରେ ବୃଦ୍ଧା ହେମଲତା ଦ୍ବାର ନିକଟ ଘରେ ଭିତରେ ଥିବା ବେଳେ ଉକ୍ତ ଯୁବକ ତାଙ୍କୁ ନମସ୍କାର କଲାଭଳି ମୁଣ୍ତ ନୁଆଁଇଥିଲା। ମାଉସୀ କେମିତି ଅଛନ୍ତି ଓ ଘରେ କେହି ନାହାନ୍ତି କି ବୋଲି ଉକ୍ତ ଯୁବକ ପଚାରିଥିଲେ | ଯେହେତୁ ନମସ୍କାର କରିଥିଲେ ତେଣୁ ପୁଅକୁ ଖୋଜୁଛ କି ବୋଲି ବୃଦ୍ଧା ଜଣକ ପଚାରିଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ଗ୍ରିଲ୍ ଖୋଲି ହଠାତ୍ ହେମଲତା ପିନ୍ଧିଥିବା ଏକ ୧୬ ଗ୍ରାମ୍ ଓଜନର ସୁନା ଚେନ୍ ଝାମ୍ପି ନେଇ ଦୌଡ଼ି ପଳାଇଥିଲା। ଅନ୍ୟ ଜଣେ ଯୁବକ ଫାଟକ ବାହାରେ ଷ୍ଟାର୍ଟ ଅବସ୍ଥାରେ ରଖିଥିବା ବାଇକ୍ ପଛରେ ବସି ଉଭୟ ଚଣ୍ତିଖୋଲ ଆଡ଼େ ଚମ୍ପଟ ମାରିଥିଲେ। ପୁଲିସ୍‌ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍ ମିଳିନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button