ଓଡିଶା

ଗୋଟେ କିମ୍ବା 2 ଥର ନୁହେଁ ୪ ଥର ଥାନା ଓ କଚେରୀରେ ଚାପ ଛାଡି ସାରିଲେଣି ଅର୍ଚ୍ଚନା, କଣ ରହିଛି ଚପଲ ଛାଡିବା ପଛର କାରଣ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ସମୁଦାୟ ୪ ଥର ସୁନ୍ଦରୀ ଅର୍ଚ୍ଚନା ଛାଡି ସାରିଲେଣି ଚପଲ । ଥାନା ଆଉ କୋର୍ଟରେ ଚାରି ଚାରି ଥର ଚପଲ ଛାଡି ସାରିଛନ୍ତି ସୁନ୍ଦରୀ ଅର୍ଚ୍ଚନା । ତେବେ ଏହି ଚପଲ ଛାଡିବା ପଛରେ କ’ଣ ରହିଛି ରହସ୍ୟ ? କାହିଁକି ବାରମ୍ବାର ଚପଲ ଛାଡୁଛନ୍ତି ସୁନ୍ଦରୀ ଅର୍ଚ୍ଚନା ? ସୁନ୍ଦରୀ ଅର୍ଚ୍ଚନା ଙ୍କ ଏହି ଚପଲ ଛାଡିବା ଗୁଣକୁ ଦେଖି ସାରିବା ପରେ ମନେ ପଡୁଛି ସେହି ସ୍ଵାଧୀନତା ସଂଗ୍ରାମୀ ଙ୍କ କଥା ପ୍ରମାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଥା ।

ଯେତେବେଳେ ବିଜୁ ପଟ୍ଟନାୟକ ଜେଲରେ ଥାନ୍ତି ତାଙ୍କ ପୁଅ ପ୍ରେମ ପଟ୍ଟନାୟକଙ୍କ ଜୋତା ତଳେ କିଭଳି ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଚିଠି ଦିଅନ୍ତି । ସେମିତି କିଛି କରୁ ନାହାଁନ୍ତି ତ ସୁନ୍ଦରୀ ଅର୍ଚ୍ଚନା । ଚପଲ ମାଧ୍ୟମରେ କିଛି ବାର୍ତ୍ତା ଛାଡୁନାହାଁନ୍ତି ତ ? ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗି ରହିଛି । ଆଉ ଏହି ଚପଲ ଛାଡିବାକୁ ନେଇ କିଏ କହୁଛନ୍ତି ଶୀଘ୍ର ଜାମିନ ହୋଇଯିବ ବୋଲି କୁଆଡେ ସୁନ୍ଦରୀ ଅର୍ଚ୍ଚନା ଏମିତି ଚପଲ ଛାଡୁଛନ୍ତି ।

ଆଉ କିଏ କହୁଛି ଶନିଦଶା ପଡିଛି ବୋଲି ଜନଗହଳୀ ସ୍ଥାନରେ ସୁନ୍ଦରୀ ଅର୍ଚ୍ଚନା ଛାଡୁଛି ଚପଲ । ତେବେ ଏହିଭଳି ଅନେକ ରୋଚକ କଥା ଶୁଣିବାକୁ ମିଳୁଛି କୋର୍ଟ ପରିସରରେ । ପୂର୍ବରୁ ସେ ବାଲିଅନ୍ତା ଥାନାରେ ମଧ୍ୟ ଚପଲ ଛାଡିଥିଲେ । ଆଉ ବର୍ତ୍ତମାନ ଥାନା ଆଉ କୋର୍ଟ କୁ ମିଶାଇ ଚାରି ଚାରିଥର ଚପଲ ଛାଡି ସାରିଲେଣି ସୁନ୍ଦରୀ ଅର୍ଚ୍ଚନା ।

କେହି କେହି ଏହା ମଧ୍ୟ କହୁଛନ୍ତି ଯେ ଅଜବ ବିଶ୍ଵାସ ରହିଛି ହନିଟ୍ରାପ ରାଣୀ ସୁନ୍ଦରୀ ଅର୍ଚ୍ଚନା ନାଗ, ଯେତେଥର କୋର୍ଟ ଆସୁଛି ସେତେ ଚପଲ ଛାଡି ଯାଉଛି କୋର୍ଟ ରୁ ଫେରିବା ବେଳେ ଚପଲ ରହିଗଲା ବୋଲି ପୋଲିସ ଅଧିକାରୀ ମାନେ କହୁଛନ୍ତି, ମାତ୍ର ସବୁ ଶୁଣି ମଧ୍ୟ ସିଧା ସିଧା ଚାଲିଯାଏ ସୁନ୍ଦରୀ ଅର୍ଚ୍ଚନା ।

କ’ଣ ପାଇଁ ଏବଂ କାହିଁକି ସେ ଏହିଭଳି ପିନ୍ଧା ଚପଲ କୁ ଛାଡି ଯାଉଛି ? ଏହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚା ହେଉଛି । ଅନ୍ୟ ପକ୍ଷରେ ଅର୍ଚ୍ଚନା ଘର ଆଉ ସମସ୍ତ କାରରେ ମଧ୍ୟ କଳା ରଙ୍ଗର ଚପଲ ଟଙ୍ଗା ହୋଇଥିବା ଦେଖିବାକୁ ମିଳୁଛି । କେଉଁ ବିଶ୍ଵାସ ବଳରେ ଏହିଭଳି କରୁଛନ୍ତି ଅର୍ଚ୍ଚନା ନାଗ ? ଏହାକୁ ନେଇ ଚର୍ଚା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button