ଦେଶ ବିଦେଶ

ପ୍ରଥମ ଦିନ ଅଫିସ୍‌ ଯାଇ ଘରକୁ ଫେରୁଥିଲେ ଯୁବତୀ; ଚାଲିଗଲା ଜୀବନ

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇର କୁର୍ଲାରେ ଜଣେ ବସ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ ଥିଲେ, ଯିଏକି ଅଫିସ୍‌ରେ ପ୍ରଥମ ଦିନ କାମ କରି ନିଜ ଘରକୁ ଫେରୁଥିଲେ। ଯୁକତୀଙ୍କ ନା ଆଫ୍ରିନ୍ ଶାହା। ଅଫିସ୍‌ରୁ ଘରକୁ ଫେରିବେ ବୋଲି ଆଫ୍ରିନ୍‌ ଅଟୋ ନପାଇବାରୁ ତାଙ୍କ ବାପା ଅବଦୁଲ ସଲିମଙ୍କୁ କଲ୍‌ କରିଥିଲେ।

ସଲିମ ତାଙ୍କୁ କୁର୍ଲା ଷ୍ଟେସନକୁ ଯିବାକୁ କହିଥିଲେ। ମାତ୍ର କିଛି ସମୟ ପରେ ସଲିମ ଅନ୍ୟ ଏକ ଫୋନରୁ କଲ୍‌ ପାଇଲେ। କେହି ଜଣେ କଲ୍‌ କରି ତାଙ୍କୁ ଡାକ୍ତରଖାନାକୁ ଯିବାକୁ କହିଥିଲେ। ସେଠାରେ ସେ ଆଫ୍ରିନଙ୍କ ମୃତଦେହ ପାଇଲେ।

ଆଫ୍ରିନ୍ କାମରୁ ଫେରୁଥିବା ବେଳେ ୫୫ ବର୍ଷିୟ ନର୍ସ କାନିସ୍ ଅନସାରୀ ରାତି ଶିଫ୍ଟ ପାଇଁ ଡାକ୍ତରଖାନାକୁ ଯାଉଥିଲେ। ଏହି ଦୁର୍ଘଟଣାରେ କେହି ଫେରିବା ବେଳେ ଜୀବନ ହରାଇଛି ତ କେହି ଯିବାବେଳେ।

ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୯ ଜଣ ଆହତ ହୋଇଛନ୍ତି। ଏକ ବସ୍‌ଟି କିଛି ପାଦଚଲା ଲୋକ ଓ ଛୋଟ ଗାଡ଼ି ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିିଛି।

ପୁଲିସର ସୂଚନାନୁସାରେ ଏହି ଘଟଣା ବସ୍‌ଟି କୁର୍ଲା ଷ୍ଟେସନରୁ ଆନ୍ଧେରୀ ଅଭିମୁଖେ ଯାଉଥିବା ବେଳେ ଘଟିଛି। ବ୍ରିହନମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ ବସ୍‌ (ମାର୍ଗ ୩୩୨)ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଅନେକ ଗାଡି ଏବଂ ପଥଚାରୀଙ୍କ ଉପରେ ଚଢ଼ି ଯାଇଥିଲା। ଏପରିକି ବସ୍‌ଟି ଚଢ଼ିଯିବାର ହାଉସିଂ ସୋସାଇଟିର ଏକ କାନ୍ଥ ଖସି ପଡ଼ିଲା। ବସ୍‌ଟି କାନ୍ଥକୁ ଧକ୍କା ଦେବା ପରେ ଯାଇ ସେଠାରେ ଅଟକି ଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button