ଦେଶ ବିଦେଶ

ବିଲେଇ କହେ ଭବିଷ୍ୟତ, ଯଦି ଆପଣ ଏହି ସଂକେତ ଗୁଡ଼ିକ ବୁଝି ପାରିବେ ତେବେ ଜୀବନ ସୁଖମୟ ହେବ

ଆମ ଭାରତ ଦେଶର ପରିଚୟ ସାରା ବିଶ୍ୱରେ ସବୁଠାରୁ ଅଧିକ ଧାର୍ମିକ ଦେଶ ଭାବରେ ମାନ୍ୟତା ପାଇଛି । ଯେଉଁଠାରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ବିଶ୍ୱାସ ପ୍ରଚଳିତ ହୋଇଥାଏ । ଯେପରି ଲୋକମାନେ ବିଶ୍ୱାସ କରନ୍ତି ଯଦି ବିଲେଇ ରାସ୍ତା ଅତିକ୍ରମ କରେ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ, ତେବେ ସେହି ସମ୍ପୃକ୍ତ ବ୍ୟକ୍ତି ତାଙ୍କର ରାସ୍ତା ପରିବର୍ତ୍ତନ କରନ୍ତି କିମ୍ବା କୌଣସି ଅନ୍ୟ ବ୍ୟକ୍ତି ଯିବା ପରେ ସେହି ରାସ୍ତାରେ ଯାଇଥାନ୍ତି । ଏପରି ବିଶ୍ୱାସ କରାଯାଏ ଯଦି ବିଲେଇ ରାସ୍ତା ଅତିକ୍ରମ ବା କାଟିଥାଏ ତେବେ ଆମ ସହିତ କିଛି ଅଶୁଭ କିମ୍ବା କିଛି କ୍ଷତି ହୋଇଥାଏ । ଏହି ଡର ପାଇଁ ଲୋକମାନେ ନିଜର ରାସ୍ତା ପରିବର୍ତ୍ତନ କରିଥାନ୍ତି । କିନ୍ତୁ ସମସ୍ତ ଘଟଣାରେ ବିଲେଇ ରାସ୍ତା କାଟିବା ବା ରାସ୍ତା ଅତିକ୍ରମ କରିବା ଅଶୁଭ ହୋଇ ନଥାଏ । ଯଦି ବିଲେଇ ଆପଣଙ୍କ ରାସ୍ତା ବାମରୁ ଡାହାଣକୁ ଅତିକ୍ରମ କରେ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।  ଏହିପରି ଆପଣଙ୍କୁ ଜଣାଇ ଦେଉଛୁ ବିଲେଇ କେବଳ ଅଶୁଭ ନୁହେଁ ବରଂ କିଛି ଶୁଭ ସଙ୍କେତ ମଧ୍ୟ ଦେଇଥାଏ । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ବିଲେଇ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସଙ୍କେତ କହିବାକୁ ଯାଉଛୁ । ଏହା ପୂର୍ବରୁ ଆମେ ଆପଣଙ୍କୁ କହି ଦେଉଛୁ ବିଲେଇ ରାହୁଙ୍କ ବାହାନ ଏବିଂ ରାହୁ ଏକ ଏପରି ଗ୍ରହ ଯେଉଁ ଲୋକମାନଙ୍କ ରାଶିଫଳରେ ଆସିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବିଲେଇମାନେ ଦେଇଥାନ୍ତି ଏହି ସଙ୍କେତ । ଯଦି ବିଲେଇ ଆପଣଙ୍କ ଘରେ କାନ୍ଦୁଛି, ତେବେ ଏହା ଏହି କଥାର ସଙ୍କେତ ଦେଉଛି ଆପଣଙ୍କ ସହିତ କିଛି ଅଘଟଣ ଘଟିବା ପାଇଁ ଯାଉଛି । ଯଦି ବିଲେଇମାନେ ଆପଣଙ୍କ ଘରେ କିମ୍ବା ଘର ଅାଖପାଖରେ ଝଗଡା କରୁଛନ୍ତି, ତେବେ ଏହା ଏହି କଥାର ସଙ୍କେତ ଆପଣଙ୍କ ଘରେ କିମ୍ବା ଅନ୍ୟ କାହା ସହିତ ଆପଣଙ୍କର ଝଗଡା ହୋଇପାରେ । ଯଦି ଦୀପାବଳି ଦିନରେ ବିଲେଇ ଆପଣଙ୍କ ଘରେ ପ୍ରବେଶ କରେ ତେବେ ଏହା ଆପଣଙ୍କ ପାଇଁ ଶୁଭ ବୋଲି ବିଶ୍ୱାସ କରାଯାଏ, ଏହି ଦିନ ବିଲେଇ ଆସିଲେ ଆପଣଙ୍କ ଘରେ ସମ୍ପୂର୍ଣ୍ଣ ବର୍ଷ ମା ଲକ୍ଷ୍ମୀ ବାସ କରିଥାନ୍ତି । ଯଦି କୌଣସି ଶୋଇଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ବିଲେଇ ଚାଟିବା ଆରମ୍ଭ କରେ ତେବେ ଏହା ଏହି କଥାର ସଙ୍କେତ ଅଟେ ଯେ ଆପଣ କିଛି ସରକାରୀ ପ୍ରସଙ୍ଗରେ ଫସିବାକୁ ଯାଉଛନ୍ତି । ଯଦି ବିଲେଇ ଆପଣଙ୍କ ପାଦକୁ ଚାଟିଥାଏ, ତେବେ ଏହା ଆପଣଙ୍କ ପାଇଁ ଅସୁସ୍ଥତାର ସଙ୍କେତ ହୋଇଥାଏ ।  ଯଦି ବିଲେଇ ଡେଇଁପଡି ଆପଣଙ୍କ ମୁଣ୍ଡ ଅତିକ୍ରମ କରେ, ତେବେ ଆପଣ ବୁଝିଯାନ୍ତୁ ଯେ ଆପଣ କୌଣସି ଯନ୍ତ୍ରଣା ଭୋଗିବାକୁ ଯାଉଛନ୍ତି । ଯଦି ବିଲେଇ ଆପଣଙ୍କ ଘରେ ରଖାଯାଇଥିବା କ୍ଷୀରକୁ ଲୁଚିକରି ଆସି ପିଇଥାଏ, ତେବେ ଏହା ଆପଣଙ୍କ ପାଇଁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ଏହି କଥାର ସଙ୍କେତ ଅଟେ ଯେ ଆପଣଙ୍କ ଘରେ ରଖାଯାଇଥିବା ଟଙ୍କା ନଷ୍ଟ ବା ଖର୍ଚ୍ଚ ହୋଇପାରେ । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button