ଦେଶ ବିଦେଶ

‘ହିନ୍ଦୁ ଗୋ ବ୍ୟାକ୍’ ଗ୍ରାଫିଟି: ସ୍ବାମୀନାରାୟଣ ମନ୍ଦିରକୁ ବିକୃତ କଲେ ଦୁର୍ବୃତ୍ତ

ୱାସିଂଟନ: କାଲିଫର୍ଣ୍ଣିଆର ବିଏପିଏସ୍ ଶ୍ରୀସ୍ୱାମୀନାରାୟଣ ମନ୍ଦିରକୁ ବୁଧବାର ହିନ୍ଦୁ ବିରୋଧୀ ବାର୍ତ୍ତାରେ ଅପବିତ୍ର କରାଯାଇଛି, ଯାହା ଗତ ୧୦ ଦିନ ମଧ୍ୟରେ ଆମେରିକାରେ ଘଟିଥିବା ଦ୍ୱିତୀୟ ଘଟଣା। ବିଏପିଏସ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ସାକ୍ରାମେଣ୍ଟୋରେ ଥିବା ସେମାନଙ୍କ ମନ୍ଦିର କାନ୍ଥରେ ‘ହିନ୍ଦୁମାନେ ଫେରିଯାଆନ୍ତୁ’ ବାର୍ତ୍ତା ଲେଖି ଅପବିତ୍ର କରାଯାଇଥିଲା।

ଏହି ସଂଗଠନ ଏକ୍ସରେ ଏକ ପୋଷ୍ଟରେ କହିଛି, ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଆମେ ଘୃଣା ବିରୋଧରେ ଏକଜୁଟ ହୋଇଛୁ।

ସାକ୍ରାମେଣ୍ଟୋ ପୁଲିସ କହିଛି ଯେ ମାଥେରସ୍ଥିତ ବିଏପିଏସ୍ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାକୁ ଘୃଣାଜନିତ ଅପରାଧ ଭାବରେ ବର୍ଗୀକୃତ କରାଯାଇଛି। ପୁଲିସ ଆହୁରି କହିଛି ଯେ ଅଭିଯୁକ୍ତମାନେ ମନ୍ଦିରର ପାଣି ଲାଇନ୍ ମଧ୍ୟ କାଟିଦେଇଥିଲେ। ଏହି ଘଟଣା ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମନ୍ଦିରରେ ଏକତ୍ରିତ ହୋଇ ସୌହାର୍ଦ୍ଦ୍ୟ ବଢ଼ାଇବା ପାଇଁ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ଭାରତୀୟ-ଆମେରିକୀୟ ସାଂସଦ ଅମି ବେରା ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅସହିଷ୍ଣୁତା ବିରୋଧରେ ଛିଡ଼ା ହେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ନ୍ୟୁୟର୍କର ମେଲଭିଲସ୍ଥିତ ବିଏପିଏସ୍ ଶ୍ରୀସ୍ୱାମୀନାରାୟଣ ମନ୍ଦିରର ଡ୍ରାଇଭୱେ ଓ ଗେଟ୍ ବାହାରେ ଥିବା ମନ୍ଦିର ଫଳକରେ ଘୃଣ୍ୟ ବାର୍ତ୍ତା ଲେଖାଯାଇଥିଲା।

ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାକୁ ନିନ୍ଦା କରିବା ସହ ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲା। ଉତ୍ତର ଆମେରିକାର ବିଭିନ୍ନ ହିନ୍ଦୁ ମନ୍ଦିରରେ ମଧ୍ୟ ସମାନ ଅପମାନ ଘଟିଛି ବୋଲି ନ୍ୟୁୟର୍କସ୍ଥିତ ବିଏପିଏସ୍ ଶ୍ରୀସ୍ୱାମୀନାରାୟଣ ମନ୍ଦିର ପକ୍ଷରୁ କୁହାଯାଇଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button