ବିଚାର

କାହିଁକି ମାଳଦ୍ୱୀପ ଯାଉ ନାହାନ୍ତି ଭାରତୀୟ ପର୍ଯ୍ୟଟକ; ଜଣାନ୍ତୁ କଣ ରହିଛି ଏହା ପଛର ରହସ୍ୟ

ମାଳଦ୍ୱୀପ: ଯେଉଁ ମାଳଦ୍ୱୀପ ଦିନେ ଭାରତୀୟ ମାନଙ୍କ ଗୋଟେ ଟ୍ରାଭେଲ୍ ଡେଷ୍ଟିନେସନ୍ ଥିଲା ସେହି ମାଳଦ୍ୱୀପ ଆଜି ଅଲୋଡା ହୋଇ ପଡିଛି। ନବ ବିବାହିତ ଦମ୍ପତି ହୁଅନ୍ତୁ କି ଲଭ୍ ବାର୍ଡସ୍ସ ମାଳଦ୍ୱୀପ ଯେମିତି ସେମାନଙ୍କ ପାଇଁ ସ୍ୱର୍ଗ ଥିଲା । ମଳଦ୍ୱୀପ ନାଁ ଶୁଣିଲେ ଯୁବପିଢିଙ୍କ ଭିତରେ ଯେମିତି ଏକ ଉନ୍ମାଦନା ସୃଷ୍ଟି ହେଉଥିଲା । କିନ୍ତୁ ଆଜି ସେହି ମାଳଦ୍ଵୀପ ନାଁ ଶୁଣିଲେ ମୁଁହ ମୋଡୁଛନ୍ତି ଭାରତୀୟ।ଏମିତି କଣ ହେଲା ଯେ ଯେଉଁଥିପାଇଁ ମାଳଦ୍ଵୀପକୁ ଆଉ ପସନ୍ଦ କରୁନାହାନ୍ତି ଭାରତୀୟ ପର୍ଯ୍ୟଟକ ବର୍ତ୍ତମାନ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ ।

ମାଳଦ୍ୱୀପର ନେତାମାନେ ଭାରତ ବିରୋଧୀ ଅଭିଯାନ ଚଲାଇ ଥିଲେ। ସେତେ ବେଳେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଗୋଟିଏ ଲାକ୍ଷାଦ୍ୱୀପକୁ ନେଇ ଫଟୋ ଭାଇରାଲ ହେବା ପରେ ତାହା ମାଳଦ୍ୱୀପ ଉପରେ କିନ୍ତୁ ଭାରି ପଡିଗଲା । ଫଳରେ ମାଳଦ୍ୱୀପକୁ ଯାଉଥିବା ବହୁ ସଂଖ୍ୟାରେ ଭାରତୀୟ ଧିରେ ଧିରେ ମୁଁହ ମୋଡିବା ଆରମ୍ଭ କଲେଣି।  ଚଳିତ ବର୍ଷ ଜାନୁୟାରୀରୁ ତିନି ମାସ ଭିତରେ କେବଳ ୩୪,୮୪୭ ଜଣ ଭାରତୀୟ ମାଳଦ୍ୱୀପରେ ପହଞ୍ଚିଛନ୍ତି।

ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ‘ଇଣ୍ଡିଆ ଆଉଟ୍’ ଅଭିଯାନର ଜବାବରେ ଭାରତୀୟଙ୍କ ବହିଷ୍କାରର କାରଣରୁ ଏହି ହ୍ରାସ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ଜାନୁୟାରୀର ଆରମ୍ଭରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ, ଏହାପରେ ମାଳଦ୍ୱୀପର ମନ୍ତ୍ରୀମାନେ ବିବାଦୀୟ ଟିପ୍ପଣୀ କରି ଥିଲେ। ତାଙ୍କର ଭାରତ ବିରୋଧି ଟିପ୍ପଣୀ ପରେ ସୋସିଆଲ ମିଡ଼ିଆରେ ମାଳଦ୍ୱୀପର ବୟକଟ୍ ଟ୍ରେଣ୍ଡ ଚାଲିଥିଲା। ହେଲେ ସେତେବେଳେ ମନେକରାଯାଉ ଥିଲା କି ଏସବୁ କେବଳ ସୋସିଆଲ ମିଡ଼ିଆରେ ହିଁ ସୀମିତ ରହିଯିବ। କିନ୍ତୁ ତିନି ମାସ ପରେ ଏବେ ତଥ୍ୟ ଯାହା କହୁଛି ଭାରତୀୟ ଲୋକେ ମାଳଦ୍ୱୀପ ଯାଉ ନାହାନ୍ତି। ଭାରତ ଯେଉଁ ଡିସେମ୍ୱର ୨୦୨୩ରେ ମାଳଦ୍ୱୀପର ପର୍ଯ୍ୟଟନରେ ସବୁଠୁ ବଡ଼ ଭାଗିଦାରୀ ଥିଲା , ଏହାର ରାଙ୍କିଂରେ ଏକ ହ୍ରାସ ଦେଖିବାକୁ ମିଳିଛି। ଚୀନ୍ ଏବେ ପର୍ଯ୍ୟଟକଙ୍କ ମାମଲାରେ ନମ୍ୱର ୱାନ ହୋଇଛି। କରୋନା ପୂର୍ବରୁ ମଧ୍ୟ ମାଳଦ୍ୱୀପରେ ସବୁଠି ଅଧିକ ଟୁରିଷ୍ଟ ଚୀନ୍ ରୁ ହିଁ ଆସୁଥିଲେ।

ମାଳଦ୍ୱୀପରେ ଏବେ ସବୁଠୁ ଅଧିକ ପର୍ଯ୍ୟଟକ ଚୀନ, ୟୁକେ , ଇଟାଲୀ , ଜର୍ମାନୀ ଓ ଭାରତରୁ ଆସୁଛନ୍ତି। ୧୬ ଅପ୍ରେଲ ଯାଏ ମାଳଦ୍ୱୀପରେ ୭୪,୮୩୩ ଚାଇନା ଟୁରିଷ୍ଟ ପହଞ୍ଚି ଥିଲେ । ୭୦,୦୬୪ ୟୁକେ ପର୍ଯ୍ୟଟତ , ୬୯,୪୩୨ ରୁଷୀୟ ପର୍ଯ୍ୟଟକ , ୬୩,୩୧୧ ଇଟାଲୀର ପର୍ଯ୍ୟଟକ , ୫୫,୨୩୩ ଜର୍ମାନୀ ପର୍ଯ୍ୟଟକ ଓ ୩୯,୦୩୪ ଭାରତୀୟ ପର୍ଯ୍ୟଟନ ପହଞ୍ଚିଛନ୍ତି। ଘଟଣା ଯାହା ବି ହେଉ ଏବେ ମାଳଦ୍ୱୀପ ପରେ ଲାକ୍ଷା ଦ୍ୱୀପ ଏବେ ଭାରତୀୟ ମାନଙ୍କ ଟ୍ରେଣ୍ଡ ପାଲଟିଲାଣି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button